ସୋନପୁର ରେ କାଳ ବୈଶାଖୀ ର ତାଣ୍ଡବ ଲୀଳା : କାଳ ବୈଶାଖୀ ର ୪ ଦିନ ପରେ ପହଞ୍ଚିଲେ ବିଧାୟକ
ସୁବର୍ଣ୍ଣପୁର — ସୋନପୁର ସହର ରେ ଗତ ଗୁରୁବାର ରାତି ୯ ଟା ରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା । ସୋନପୁର ରେ ବାତ୍ୟା ର ପ୍ରକୋପ ଅଧିକ ଥିଲା l ୩ ଦିନ ୪ ରାତି ବିତିଯିବା ପରେ ସୋସିଆଲ ମିଡ଼ିଆ ରେ ଟ୍ରୋଲ ହେବା ପରେ ସୋନପୁର ବିଧାୟକ ନିରଞ୍ଜନ ପୂଝାରୀ ତାଙ୍କ ହାତ ଗଣତି ସମର୍ଥକ ଙ୍କ ସହ କେତେକ କ୍ଷୟ କ୍ଷତି ସ୍ଥାନ ପରିଦର୍ଶନ କରୁଥିବା ନଜର କୁ ଆସିଥିଲେ। ତାଙ୍କ ବିଜେଡି ଅମଳ ରେ ସୋନପୁର ମହାବିଦ୍ୟାଳୟ ର କେରଳୀ ରୁଫ ହୋଇଥିବା ବେଳେ ତାହା ବାତ୍ୟା ରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ବିଧାୟକ ଫଣ୍ଡ ରୁ ଦେଇ ଉକ୍ତ କ୍ଷୟ କ୍ଷତି କୁ ଭରଣା କରିବେ କହି ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି।

ପୂର୍ବରୁ ସୋନପୁର ସହର ରେ ଝାଡ଼ା ବାନ୍ତି ସମୟ ରେ ବିଧାୟକ ସ୍ଥାନୀୟ ସର୍କିଟ ହାଉସ ରହି ରାତି ତମାମ ପ୍ରଭାବିତ ଅଞ୍ଚଳ ବୁଲିଥିବା ବେଳେ ଏବେ ନାଲିବତୀ ଅଭାବ ରୁ ବିଧାୟକ ଆସି ପାରି ନ ଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ସ୍ଥାନୀୟ ସାଂସଦ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ନ ଥିବା ବେଳେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ସ୍ଥାନେ ସ୍ଥାନେ ରହି କାମ କରୁଥିବା ନଜର କୁ ଆସିଛି। ଏପରି ଜିଲ୍ଲାପାଳ ଥିଲେ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଆବଶ୍ୟକ ନ ଥିବା କହି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଜୋର୍ ଧରିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
