September 11, 2026
Home » ହାଇଟେକ୍ ଡେଣ୍ଟାଲ କଲେଜ ଓ ମିଶନ ସ୍ମାଇଲର ସହଭାଗୀତା

ହାଇଟେକ୍ ଡେଣ୍ଟାଲ କଲେଜ ଓ ମିଶନ ସ୍ମାଇଲର ସହଭାଗୀତା

0
IMG-20260910-WA0062.jpg (1)

୫୦ ଶିଶୁଙ୍କ ହେବ ନିଶୁକ୍ଲ ଗ୍ରହଣ ଖଣ୍ଡିଆ ଅପରେସନ୍‌

ଭୁବନେଶ୍ୱର: କ୍ରେଡିଟ୍ ଆକ୍ସେସ୍ ଇଣ୍ଡିଆ ଫାଉଣ୍ଡେସନ୍ ଏବଂ ମିସନ୍ ସ୍ମାଇଲ୍‌’ ର ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ‘ଗ୍ରାମୀଣସ୍ମାଇଲ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆର୍ଥୀକ ଦୃଷ୍ଟିରୁ ପଛୁଆ ବର୍ଗର ପରିବାରର ଶିଶୁମାନଙ୍କୁ ନିଶୁକ୍ଲ ନିରାପଦ ତଥା ସମ୍ପୂର୍ଣ୍ଣ କ୍ଲେଫ୍ଟ (କଟା ଓଠ ଓ ତାଳୁ) ଚିକିତ୍ସା ସେବା ଯୋଗାଇଦେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନା ଅଧୀନରେ ୬ ମାସରୁ ୧୮ ବର୍ଷ ବୟସ ମଧ୍ୟରେ ପ୍ରତ୍ୟେକ ଶିଶୁଙ୍କୁ ବିନା ମୂଲ୍ୟରେ ଅସ୍ତ୍ରୋପଚାର, ଆନୁସଙ୍ଗିକ ଔଷଧ ସେବା ଏବଂ ଅସ୍ତ୍ରୋପଚାରର ପରବର୍ତ୍ତୀ ଯତ୍ନ ପ୍ରଦାନ କରାଯିବ। ଏହି ଭାଗିଦାରୀ ଅଧୀନରେ ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ଅସ୍ତ୍ରୋପଚାର ପାଇଁ ଆବଶ୍ୟକୀୟ ଡାକ୍ତରୀ ସୁବିଧା ଯୋଗାଇଦେବ, ଅପରପକ୍ଷରେ ‘ମିସନ୍ ସ୍ମାଇଲ୍‌’ରୋଗୀ ଚିହ୍ନଟ, ସ୍କ୍ରିନିଂ, ପଞ୍ଜିକରଣ, ଅସ୍ତ୍ରୋପଚାର ସୁବିଧା, ପରବର୍ତ୍ତୀ ଯତ୍ନ ଏବଂ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବା ବର୍ତ୍ତମାନ ସୁଧା ସାରା ଦେଶରେ ୫୩ ହଜାରରୁ ଅଧିକ ଶିଶୁଙ୍କ ଏହି ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର କରାଯାଇଛି।

ସେଥିମଧ୍ୟରୁ କେବଳ ଓଡିଶାରେ ୩ ହଜାର ଏବଂ ହାଇଟେକ୍ ଡେଣ୍ଟାଲ ହସ୍ପିଟାଲରେ ୨ ହଜାର ଅସ୍ତ୍ରୋପଚାର କରାଯାଇଛି। ମିସନ୍ ସ୍ମାଇଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କନ୍‌ରାଡ୍ ଜି.ଡେନିସ କହିଛନ୍ତି ଯେ, ପ୍ରତ୍ୟେକ ସଫଳ ଅସ୍ତ୍ରୋପଚାର ଜଣେ ଶିଶୁକୁ ଖାଇବା, କଥା କହିବା, ହସିବା ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢିବାର ସୁଯୋଗ ଦିଏ। ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ଧଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ହାଇଟେକ ଡେଣ୍ଟାଲ କଲେଜର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧୁସ୍ମିତା ତ୍ରିପାଠୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଇଟେକ୍ ଡେଣ୍ଟାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସଂଗ୍ରାମ ପାତ୍ର, ପ୍ରଫେସର ଡାକ୍ତର ଅଭିତୋଷ ଦେବତା, ମିଶନ ସ୍ମାଇଲର ସିଇଓ କର୍ଣ୍ଣାଡ୍ ଡେନିସ୍‌, ଡାକ୍ତର ସିଦ୍ଧାର୍ଥ ନାୟକ, ଡାକ୍ତର ନାରାୟଣ ଆଚାର୍ଯ୍ୟ, ଜିତେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *