August 22, 2026
Home » ହାଇଟେକ୍ ମେଡିକାଲର ଏକାଧିକ ସୁପର-ସ୍ପେସିଆଲିଷ୍ଟ ୱାର୍ଡ ଉଦ୍‌ଘାଟିତ

ହାଇଟେକ୍ ମେଡିକାଲର ଏକାଧିକ ସୁପର-ସ୍ପେସିଆଲିଷ୍ଟ ୱାର୍ଡ ଉଦ୍‌ଘାଟିତ

0
WhatsApp Image 2026-08-01 at 3.41.01 PM (1)

ଭୁବନେଶ୍ୱର-ଓଡିଶାବାସୀଙ୍କୁ ଉନ୍ନତ ଓ ଆଧୁନିକମାନର ସୁପରସ୍ପେସିଆଲିଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରୋଗୀସେବାକୁ ଆହୁରି ସୁଦୃଢ ଓ ସହଜଲଭ୍ୟ କରିବା ଲକ୍ଷ୍ୟରେ ହସ୍ପିଟାଲ ପରିସରରେ ଏକାଧିକ ନୂତନ ଏବଂ ସୁପର ସ୍ପେସିଆଲିଷ୍ଟ ୱାର୍ଡର ଶୁଭ ଉଦ୍‌ଘାଟନ ହୋଇଛି। ଉଦ୍‌ଘାଟିତ ହୋଇଥିବା ନୂତନ ବିଭାଗ ଗୁଡିକ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂହେପାଟୋଲୋଜି ୱାର୍ଡ, ନ୍ୟୁରୋଲୋଜି ୱାର୍ଡ ନ୍ୟୁରୋସର୍ଜରୀ ୱାର୍ଡ, ଅଙ୍କୋଲୋଜି (କର୍କଟରୋଗ)ୱାର୍ଡ, ବର୍ଣ୍ଣକେୟାର ୟୁନିଟ (ପୋଡାଜଳା ରୋଗୀଙ୍କ ସେବା)ପାଇଁ ସ୍ୱତନ୍ତ୍ର ୱାର୍ଡ ଉଦ୍‌ଘାଟନ ହୋଇଛି।

 

ଏହି ବର୍ଣ୍ଣାଢ୍ୟ ଉଦ୍‌ଘାଟନୀ ଉତ୍ସବରେ ହାଇଟେକ୍ ଗ୍ରୁଫ୍‌ର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଡକ୍ଟର ତିରୁପତି ପାଣିଗ୍ରାହୀ, ମ୍ୟାନେଜିଂ ଟ୍ରଷ୍ଟି ତଥା ଗ୍ରୁଫ୍ ସିଇଓ ଶ୍ରୀ ସୁରେଶ କୁମାର ପାଣିଗ୍ରାହୀ ଏବଂ ଡାଇରେକ୍ଟର ଆଡ୍‌ମିନିଷ୍ଟ୍ରେସନ୍ ତଥା ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ରଙ୍କ ସମେତ ବରିଷ୍ଠ ଡାକ୍ତର, ବିଭାଗୀୟ ମୁଖ୍ୟ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ୱାର୍ଡ ଉଦ୍‌ଘାଟନ କରି ଡକ୍ଟର ପାଣିଗ୍ରାହୀଙ୍କ କହିବା ହେଲା, ହାଇଟେକ୍ ମେଡିକାଲ ସର୍ବଦା ରୋଗୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ, ଏହି ନୂତନ ଓ ଅତ୍ୟାଧୁନିକ ୱାର୍ଡ ରୋଗୀମାନଙ୍କୁ ଅଧିକ ତଥା ଉନ୍ନତମାନର ସେବା ଯୋଗାଇଦେବାର କାର୍ଯ୍ୟକରିବ। ଏହି ନୂତନ ୱାର୍ଡ ଗୁଡିକ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜଟିଳ ରୋଗରେ ପୀଡିତ ରୋଗୀମାନେ ଅଧିକ ଉନ୍ନତ ଓ ସ୍ୱତନ୍ତ୍ର ସେବା ପାଇପାରିବେ ବୋଲି ଗ୍ରୁଫ୍ ସିଇଓ ତଥା ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ କହିଛନ୍ତି। ଏହି ଅବସରରେ ହସ୍ପିଟାଲର ବରିଷ୍ଠ ଡାକ୍ତର, ବିଶେଷଜ୍ଞ, ଫ୍ୟାକଲ୍ଟି ମେମ୍ବର, ସ୍ୱାସ୍ଥ୍ୟକର୍ମୀ ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ରହି ରୋଗୀସେବାର ଶ୍ରେଷ୍ଠତା ବଜାୟ ରଖିବାକୁ ନିଜର ପ୍ରତିଶୃତି ଦୋହରାଇଥିଲେ।

Leave a Reply

Your email address will not be published. Required fields are marked *