May 2, 2026
Home » ୪ ଘଣ୍ଟାରେ ମିଳିଲା ରୂଦ୍ରନାଥ ବାବା ଙ୍କର ଜମି ପଟ୍ଟା : ବିରଳ ରେକର୍ଡ l

୪ ଘଣ୍ଟାରେ ମିଳିଲା ରୂଦ୍ରନାଥ ବାବା ଙ୍କର ଜମି ପଟ୍ଟା : ବିରଳ ରେକର୍ଡ l

0
WhatsApp Image 2026-05-01 at 1.04.02 PM

 

 

ସୁବର୍ଣ୍ଣପୁର– ସୋନପୁର ଟାଉନ ୟୁନିଟ୍ ନମ୍ବର- ୪ ଠାରେ ଥିବା ଶ୍ରୀ ଶ୍ରୀ ରୂଦ୍ରନାଥ ମହାଦେବ ଙ୍କ ନାମରେ ୦.୦୦୮୪ ଡିସିମିଲ ଜମି ଗତ ୨୯.୦୪.୨୦୨୬ ବୁଧବାର ଦିନ ସୋନପୁର ସହରର ହୃଦାନନ୍ଦ ମେହେର ସୁବର୍ଣ୍ଣପୁର ଜିଲ୍ଲା ରେଜିଷ୍ଟ୍ରେସନ କାର୍ଯ୍ୟାଳୟରେ ଦାନ ପତ୍ରର ସମସ୍ତ କାଗଜପତ୍ର ଦାଖଲ କରିଥିଲେ। ତାହା ବିଦ୍ଧିବଦ୍ଧ ଭାବରେ ରେଜିଷ୍ଟ୍ରେସନ ହେବା ପରେ ଗତକାଲି ଅର୍ଥାତ ୩୦.୦୪.୨୦୨୬ ସକାଳ ୯ଟା ସମୟ ରେ ଉପ ଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀଙ୍କୁ ସୋନପୁର ରେଜିଷ୍ଟ୍ରି ଗିଫ୍ଟ ଡିଡ ପ୍ରଦାନ କରାଯାଇଥିଲା। ଏହାପରେ ଉପଜିଲ୍ଲାପାଳ ସୋନପୁର ଡ଼.ସୌମ୍ୟରୂପା ରଥଙ୍କ ନିର୍ଦ୍ଦେଶ କ୍ରମେ ସୋନପୁର ତହସିଲଦାର ଙ୍କ କାର୍ଯ୍ୟାଳୟରେ ନକ୍ସା ତଥା ପଟ୍ଟା ସଂଶୋଧନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜମି ମାଲିକ ଙ୍କ ଆଇନ ପରାମର୍ଶ ଦାତା ତଥା ବରିଷ୍ଠ ଆଇନଜୀବୀ ସର୍ବେସ୍ୱର ପୁରୋହିତ ଙ୍କ ପରାମର୍ଶ ରେ ଆଜି ଏ ପଟ୍ଟା ପ୍ରସ୍ତୁତି ପ୍ରକ୍ରିୟା କୁ ତ୍ୱରିତ କରାଯାଇଥିଲା l ମାତ୍ର ୪ଘଣ୍ଟା ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରି ସୋନପୁର ତହସିଲଦାର ଜି. ରଶ୍ମିରେଖା , ଅତିରିକ୍ତ ତହସିଲଦାର , ଯୋଗେଶ୍ୱର ଧରୁଆ, ରେକର୍ଡ କିପର , ବାସନ୍ତୀ ଭୋଇ, କୋର୍ଟ ଅମିନ,ଲିନା ହୋତା ଓ ଡାଟା ଏଣ୍ଟ୍ରି ଅପରେଟର ଅଜିତ କୁମାର ମିଶ୍ର, ସମସ୍ତେ ମିଳିତ ଭାବେ ଉଦ୍ୟମ କରି ଶ୍ରୀ ଶ୍ରୀ ରୁଦ୍ରନାଥ ବାବା ନିଜେ ମାରଫତ ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ସୋନପୁର ଙ୍କ ନାମରେ ନୂତନ ପଟ୍ଟା ପ୍ରସ୍ତୁତ କରି ଆଜି ଦିନ ୧ଟା ସମୟରେ ଉପଜିଲ୍ଲାପାଳ ସୋନପୁର ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସମସ୍ତ ରାଜସ୍ବ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ। ଏତେ କମ୍ ସମୟ ରେ ପଟ୍ଟା ପ୍ରସ୍ତୁତ କରି ତ୍ୱରିତ ରାଜସ୍ବ ସେବା ପ୍ରଦାନ କରିଥିବା ରୁ‌ ଉପଜିଲ୍ଲାପାଳ ସୋନପୁର ତହସିଲଦାର ସୋନପୁର ଙ୍କୁ ତଥା ସମସ୍ତ ରାଜସ୍ବ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଏହା ରାଜସ୍ବ ସେବା ପ୍ରଦାନ କ୍ଷେତ୍ରରେ ଏକ ବିରଳ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *