July 1, 2025
Home » ଡାକ୍ତରଙ୍କ ନାଁରେ ଲାଗିଲା କଳଙ୍କ, ରୋଗୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଡାକ୍ତରଙ୍କ ନାଁରେ ଲାଗିଲା କଳଙ୍କ, ରୋଗୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

0
WhatsApp Image 2024-11-18 at 5.10.10 PM (1)

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ(ଗାଇନିକ)ଡାକ୍ତର ଅଶୋକ ଦାସ। ପ୍ରସବ ପାଇଁ ଆସିଥିବା ଜଣେ ମହିଳାଙ୍କ ସ୍ଵାମୀଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। କଳାହାଣ୍ଡି ଭିଜିଲାନ୍ସ ବିଭାଗ ଏ ନେଇଁ ଅଧିକ ତଦନ୍ତ ଜାରି ରଖିଛି। ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ରେଡ୍ ଚାଲିଛି।

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ରୋଗୀ ସେବା ହିଁ ଡାକ୍ତରଙ୍କ ପ୍ରଥମ ଧର୍ମ । କିନ୍ତୁ ଏହି ସେବା ଧର୍ମରେ ଅବହେଳା କରିଛନ୍ତି ଜଣେ ଲାଞ୍ଚୁଆ ଡାକ୍ତର । ନ କଳାହାଣ୍ଡିରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଜଣେ ଡାକ୍ତର ତାଙ୍କ ପାଖରେ ଚିକିତ୍ସା ପାଇଁ ଆସିଥିବା ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ସମୟରେ ଧରାପଡ଼ିଛନ୍ତି। କଳାହାଣ୍ଡି ମେଡିକାଲ କଳେଜର ଡାକ୍ତର ଅଶୋକ ଦାସ, ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଆଜି ଧରାପଡ଼ିଥିଲେ ।
ଏଥିସହ ସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଥିଲା। ପରେ ଭିଜିଲାନ୍ସ ଅଧିକାରୀ ଅଶୋକଙ୍କ ସରକାରୀ ଭବନ ଓ ଚାମ୍ବରରେ ରେଡ୍ କରିଥିଲେ। ରେଡ୍‌ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *