“ଢେମସା” ନୃତ୍ୟ ପ୍ରଦର୍ଶନ ପାଇଁ ଗିନିଜ୍ ବୁକ୍ ରେକର୍ଡ ସୃଷ୍ଟି ପାଇଁ ଓଡ଼ିଶାର କୋରାପୁଟ ଗର୍ବିତ
“ଢେମଶା” ନୃତ୍ୟ ହେଉଛି ଭାରତୀୟ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ଲୋକନୃତ୍ୟ, ଯାହା ପରଜା ଏବଂ କୋନ୍ଧ ଭଳି ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ପରିବେଷଣ କରାଯାଇଥାଏ। ଏହି ନାମର ଅର୍ଥ “ପାଦ ଶବ୍ଦ”। ଏହି ନୃତ୍ୟ ଆଦିବାସୀ ସଂସ୍କୃତି ଏବଂ ସମ୍ପ୍ରଦାୟ ଏକତାର ପ୍ରତୀକ, ଏବଂ ଏହାର ନୃତ୍ୟ ଶୈଳୀ ମାଧ୍ୟମରେ ଦୈନନ୍ଦିନ ଜୀବନକୁ ପ୍ରତିଫଳିତ କରିଥାଏ। ନୃତ୍ୟଶିଳ୍ପୀମାନେ ଏକ ବୃତ୍ତ ଗଠନ କରି ଢୋଲ ଏବଂ ପବନ ବାଦ୍ୟଯନ୍ତ୍ରର ତାଳେ ତାଳେ ଏକ ସ୍ୱରରେ ନୃତ୍ୟ କରିଥାନ୍ତି। “ଢେମସା” ନୃତ୍ୟ ହେଉଛି କୋରାପୁଟ ଜିଲ୍ଲାର ଉତ୍ପତ୍ତି ଏହା ଆଦିବାସୀ ସଂସ୍କୃତି ଓ ପାରମ୍ପରିକ ନୃତ୍ୟକୁ ସୂଚିତ କରିବା ସହ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଯାହାକି ଦେଶରେ ହେଉ ବା ବିଦେଶରେ ହେଉ ଢେମଶା ନୃତ୍ୟକୁ ଅତି ଶ୍ରଦ୍ଧାର ସହ ଆପଣେଇ ନୃତ୍ୟ ଶିଳ୍ପୀମାନେ ଏହା ଶିଖିବା ପରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷିତ କରିଥାନ୍ତି। ଏହି ଢେମସା ନୃତ୍ୟ ଏକ ସାମାଜିକ ପାରସ୍ପରିକ କ୍ରିୟା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ପର୍ବ ଏବଂ ବିବାହ ସମୟରେ ପରିବେଷଣ କରାଯାଏ।
କିନ୍ତୁ,ଜୁଲାଇ ୩୧, ୨୦୨୬ରେ,ଆନ୍ଧ୍ରପ୍ରଦେଶର ବିଜୟନଗରମ ସ୍ଥିତ ନୂତନ ଭାବେ ନିର୍ମିତ ଭୋଗପୁରମର ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ ଅବସରରେ ଆନ୍ଧ୍ରପ୍ରଦେଶର ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପୂର୍ବ ଘାଟର ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଉଦ୍ଦିଷ୍ଟ ୧୩,୦୦୦ ରୁ ଅଧିକ ଆଦିବାସୀ ମହିଳା ଏବଂ ଛାତ୍ରଛାତ୍ରୀଙ୍କ ସହିତ “ସବୁଠାରୁ ବଡ଼ ଢେମସା ନୃତ୍ୟ” ପାଇଁ ଆନ୍ଧ୍ର ପ୍ରଦେଶ ଏକ ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲା।
ଆନ୍ଧ୍ରପ୍ରଦେଶର ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ଭାରତୀୟ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଉତ୍ପତ୍ତି ଏକ ଲୋକନୃତ୍ୟ, ଯାହା ପରଜା ଏବଂ କୋନ୍ଧ ଭଳି ଆଦିବାସୀ ସମ୍ପ୍ରଦାୟର ଏହି ସାମୁହିକ ଢେମସା ନୃତ୍ୟ କାର୍ଯ୍ୟକ୍ରମ ଦ୍ୱାରା ଆନ୍ଧ୍ର ପ୍ରଦେଶ ଏକ ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିବା ଏହା କୋରାପୁଟ ପରଜା ଏବଂ କୋନ୍ଧ ସମ୍ପ୍ରଦାୟ ପ୍ରତି ସମ୍ମାନ,ଗୌରବ ସହ ଗର୍ବିତ।
ଅର୍ଥାତ୍ ଏପରି ଏକ ମହତ୍ କାର୍ଯ୍ୟକ୍ରମ କରି “ଢେମସା ” ନୃତ୍ୟର ଉତ୍ପତିକୁ ଅକ୍ତିଆର କରିବାର ଅଧିକାର କାହାର ସମ୍ଭବପର ନୁହେଁ।ଏକ ନୂତନ ବିମାନ ବନ୍ଦର ଉଦଘାଟନୀ ଅବସରରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ଓଡ଼ିଶାର କୋରାପୁଟ ଜିଲ୍ଲାର ଉତ୍ପତ୍ତି ଏକ ଲୋକନୃତ୍ୟ “ଢେମଶା” ନୃତ୍ୟକୁ ବାଛି ଏହି ସାମୁହିକ ନୃତ୍ୟ ମାଧ୍ୟମରେ ଆଜି ଆନ୍ଧ୍ରପ୍ରଦେଶ ଏକ ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ ପାଇପାରିଥିବା ସେ ଓଡ଼ିଶା ଆଦିବାସୀ ଲୋକନୃତ୍ୟକୁ କୃତଜ୍ଞ ଜଣାଇବା ସହ ରାଜ୍ୟର କୋରାପୁଟ ଅଞ୍ଚଳରେ ଏହି ଗର୍ବ ଓ ଗୌରବ ମୁହୂର୍ତ୍ତର ଐତିହାସିକ ପହଞ୍ଚ ପାଇଁ ସ୍ୱତନ୍ତ୍ର ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହେବା ଉଚିତ୍ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।
ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
