August 4, 2026
Home » ବୋଲବୋମ ଭକ୍ତଙ୍କ ଜଳଲାଗି

ବୋଲବୋମ ଭକ୍ତଙ୍କ ଜଳଲାଗି

0
WhatsApp Image 2026-08-03 at 5.00.14 PM

 

ଭଗବାନ ଶିବଙ୍କ କୃପା ପାଇବା ପାଇଁ  ଶ୍ରାବଣ ମାସର ପ୍ରଥମ ସୋମବାରରେ ଅନେକ ବୋଲବୋମ ଭକ୍ତ ଆଜି ବ୍ରତ ଆରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳା ପୁରୁଷ ବୋଲବୋମ ଭକ୍ତଙ୍କ ଭିଡ଼ ଥିବା ବେଳେ ରାୟଗଡ଼ା ଜିଲ୍ଲାରେ ଥିବା ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।

ଏହି ପବିତ୍ର ଶ୍ରାବଣ ମାସ ଅବସରରେ ଆଜି ସକାଳେ ୫.୩୦ ସମୟରେ ୧୦୮ ଜଣ ଭକ୍ତ ରାୟଗଡ଼ା ସହରରେ ସ୍ଥିତ ଚେକାଗୁଡ଼ା ନଦୀ ତୋଟରେ ଲିଙ୍ଗ ସ୍ଥାପନ କରି ପୂଜାର୍ଚନା ସାରି, କାନ୍ଧରେ ଜଳଭାର ଧରି କଟଲା ଗୁଡ଼ା ସ୍ତିତ ଶିବ ମନ୍ଦିରରେ ଜଳାଭିଷେକ କରିଥିଲେ। ଘେରୁଆ ବସ୍ତ୍ର ଧାରଣା କରି ଚାଲି ଚାଲି ମନରେ ଭକ୍ତିଭାବ ସହ ଓମ୍ ନମଃ ଶିବାୟ,ବୋଲବମ୍’ ଡାକରେ ପ୍ରକମ୍ପିତ ହୋଇଥିଲା ସେମାନଙ୍କ ପାଦ ଚଲା ପଥ। ନିଜ ନିଜର ମନସ୍କାମନା ପୂର୍ଣ୍ଣ ସକାଶେ କାଉଡିଆମାନେ ଶ୍ରାବଣ ମାସରେ ଶିବଙ୍କ ଉପାସନା ଭକ୍ତି ଓ ନିଷ୍ଠାର ସହ କରିଥାନ୍ତି। ଏହି ଆଶା ଓ ବିଶ୍ବାସ ନେଇ ଦେଶର ଶ୍ରାବଣ ମାସ ଭକ୍ତମାନେ ଶ୍ରଦ୍ଧା ଓ ଆସ୍ଥା ସହ ପାଳନ କରିଥାନ୍ତି।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *