December 2, 2024
Home » ନାଗାବେଶରେ ଦର୍ଶନଦେଲେ ସିଧ୍ୟମହାବୀର, ଏହିଦୁର୍ଲଭ ବେଶ ଦେଖିବାପାଇଁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼

ନାଗାବେଶରେ ଦର୍ଶନଦେଲେ ସିଧ୍ୟମହାବୀର, ଏହିଦୁର୍ଲଭ ବେଶ ଦେଖିବାପାଇଁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼

0

ମାର୍ଗଶିର ମାସର ପଞ୍ଚମୀ ତିଥିରେ ଶ୍ରେକ୍ଷେତ୍ର ପରିକ୍ରମା ଅନୁଷ୍ଠିତ ହୋଇଥାଏ, କାର୍ତିକ ପୁର୍ଣିମାର ପଚାଦିନ ପରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀମନ୍ଦିର ଚତୁର୍ପାଶ୍ୱ ପରିକ୍ରମା କରିବା ସହ ପଚାତୀର୍ଥ ପରିକ୍ରମା କରି ପ୍ରଭୁ ଶ୍ରୀ ସିଧ୍ୟମହାବୀର ଦର୍ଶନ ପାଇଁ ଯାଇଥାନ୍ତି, ଏହିଦିନ ସିଧ୍ୟ ମହାବୀର ନାଗାବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି, ବର୍ଷକୁ ଗୋଟିଏଦିନ ଅର୍ଥାତ ଆଜି ଦିନରେ ମହାବୀରଙ୍କ ପାଦ ସ୍ପର୍ଶ କରିବା ସୁଯୋଗ ପାଇଥାନ୍ତି, ପାଦ ସ୍ପର୍ଶକରି ଅନେକ ପୁଣ୍ୟ ମିଳିବାସହ ଶ୍ରଦ୍ଧାଳୁ ମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଦିତ ଅଛି,

ଦୁଆର ଖୋଲିବାପରେ ଦୈନଦିନ ନୀତି ଅନୁଷ୍ଠିତ ହେଲାପରେ ମହାବୀରଙ୍କୁ ନାଗାବେଶରେ ସାଜିତ କରାଯାଇଥାଏ, ସକାଳୁସକାଳୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥାଏ, ମନ୍ଦିରବାହାରେ ବାରିକେ ନିର୍ମାଣ କରାଯାଇଥିଲା, ଶ୍ରଦ୍ଧାଳୁ ଭକ୍ତମାନେ ଲମ୍ବା ଧାଡିରେ ବାରିକେଟ ମଧ୍ୟରେ ପ୍ରବେଶକାରୀ ମହାବୀର ଙ୍କର ଦୁର୍ଲଭ ବେଶ ଦର୍ଶନ କରିଥିଲେ, ମନ୍ଦିର ବାହାରେ ଫୁଲ ଭୋଗ, ଦୀପ ପସରା ଖୋଲିଯାଇଥିଲା, ମନ୍ଦିର ସମୁଖରେ ସୁନ୍ଦରକାଣ୍ଡ ଓ ହନୁମାନ ଚାଳିଶା ହେଉଥିବା ଦେଖାଯାଇଥିଲା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବିଧା କରାଯାଇଥିଲା, ମହାବୀର ଙ୍କର ଖିରି ପ୍ରସାଦ ମନ୍ଦିର ପରିସର ମଧ୍ୟରେ ଶ୍ରଦ୍ଧାଳୁ ମାନଙ୍କପାଇଁ ଖୋଲାଯାଇଥିଲା l

Leave a Reply

Your email address will not be published. Required fields are marked *