November 28, 2025
Home » ବିଦ୍ୟୁତ୍ ଖୁଂଟ ରାସ୍ତା ମଝି ଯୋଗୁଁ ଲୋକଙ୍କ ଗମନାଗମନରେ ବାଧା

ବିଦ୍ୟୁତ୍ ଖୁଂଟ ରାସ୍ତା ମଝି ଯୋଗୁଁ ଲୋକଙ୍କ ଗମନାଗମନରେ ବାଧା

0
WhatsApp Image 2025-02-10 at 5.57.39 PM

ଟିଟିଲାଗଡ: ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର -୮ ଠିକାଦାରପଡା ଠାରେ ବହୁ ଦିନ ଧରି ମଝି ରାସ୍ତାରେ ବିଦ୍ୟୁତ୍ ଖୁଂଟ ଥିବା ଯୋଗୁଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ରାସ୍ତାଟି ଅକାମୀ ହୋଇପଡିଛି। ମୁଖ୍ୟ ରାସ୍ତା ସହ ସଂଯୋଗ ଥିବା ଏହି ରାସ୍ତାର କିଛି ଅଂଶ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଜବର ଦଖଲ ହେବା ଦ୍ୱାରା ସଂକୁଚିତ ହୋଇଯାଇଛି। ଯାହାଫଳରେ ବିଦ୍ୟୁତ ଖୁଂଟ ରାସ୍ତା ମଝିରେ ଥିବା ଯୋଗୁଁ କୌଣସି ଯାନବାହାନ ଚଳାଚଳ ହୋଇପାରୁନାହିଁ। ବିଦ୍ୟୁତ ଖୁଂଟ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଟାଟା ପାୱାର ଅଧିକାରୀଙ୍କୁ ପୂର୍ବତନ ପୌର ଅଧିକାରୀ ସଂନ୍ଦିପ ଚନ୍ଦ୍ରକାର ଜଣାଇଥିବାବେଳେ ଏଥିପାଇଁ ବ୍ୟୟ ଅଟକଳ ମଂଜୁର ହେବାର ଆବଶ୍ୟକତା ଥିବା ଟାଟା ପାୱାର ପକ୍ଷରୁ କୁହାଯାଇଛି। ଟାଟା ପାୱାର ଖୁଂଟକୁ ସ୍ଥାନାନ୍ତର ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପୌରପରିଷଦକୁ କହୁଛି। ଯାହା ଫଳରେ ଟାଟା ପାୱାର ଓ ପୌରପରିଷଦ ଉଭୟ ବିଭାଗ ମଧ୍ୟରେ କୌଣସି ଦୃଢ ନିଷ୍ପତି ନିଆଯାଇପାରୁନଥିବାରୁ ବିଦ୍ୟୁତଖୁଂଟଟି ସ୍ଥାନାନ୍ତର ହୋଇପାରୁନାହିଁ। ଫଳରେ ରାସ୍ତାଟି ଗମନାଗମନା ପାଇଁ ଅନୁପଯୁକ୍ତ ହୋଇ ପଡିରହିଛି। ଏହି ବିଷୟକୁ ନୂତନ ପୌରନିର୍ବାହୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ସ୍ଥିତିକୁ ଅନୁଧ୍ୟାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମତବ୍ୟକ୍ତ କରିଛନ୍ତି।

santosh kejerawal nka report epa news

Leave a Reply

Your email address will not be published. Required fields are marked *