July 5, 2025
Home » ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

0
WhatsApp Image 2025-03-04 at 2.51.35 PM (1)

ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମଧ୍ୟରେ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ସାରସ୍ବତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଡ଼ଃ. ଦଧିବାମନ ମିଶ୍ର, ମୁଖ୍ୟଅତିଥି ସାହିତ୍ୟିକ ଗୋରେଖ ନାଥ ସାହୁ ଏବଂ ଡ଼ଃ.ଗୋବର୍ଦ୍ଧନ ନାୟକ,କହ୍ନେୟା ଲାଲ୍ ଜୀ, ରତନ୍ ଲାଲ୍ ଜୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଗ୍ରନ୍ଥକାର ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା ଙ୍କର ବହୁ ଚର୍ଚ୍ଚିତ ସା ରସ୍ବତ ସୃଜନ GATEWAY OF LEARNING ବହୁଭାଷୀ ପୁସ୍ତକ କୁ ଉନ୍ମୋଚନ କରିଥିଲେ।

ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା, ପୁସ୍ତକ ରଚନା ର ପୃଷ୍ଠଭୂମି,ଉଦ୍ଦେଶ୍ୟ, ଅଭିଜ୍ଞତା ଓ ଆଭିମୁଖ୍ୟ ପ୍ରକାଶ କରି ପାଠକଙ୍କ ନିମନ୍ତେ ଏହା ଲୋକାର୍ପଣ କରିଥିଲେ । ପ୍ରାଧ୍ୟାପକ ଡ଼କ୍ଟର ଜ୍ୟୋତି ରଞ୍ଜନ ବହିଦାର ଅତ୍ୟନ୍ତ ନିଖୁଣ ତଥା ପ୍ରାଞ୍ଜଳ ଭାବରେ ପୁସ୍ତକଟିକୁ ସମୀକ୍ଷା କରିଥିଲେ । ଡ଼କ୍ଟର ଆର୍ତ୍ତତ୍ରାଣ ବାବୁ, ସଭାରେ ଉପସ୍ଥିତ ଅତିଥିଗଣ ଙ୍କ ସହିତ ସମସ୍ତ କବି, ଲେଖକ, ସାହିତ୍ୟିକ, ସଜ୍ଜନ ମଣ୍ଡଳୀଙ୍କୁ ଧନ୍ୟବାଦ୍ ତଥା କୃତଜ୍ଞତା ଜଣାଇବା ସହିତ ଲେଖକ ଶ୍ରୀଯୁକ୍ତ ପଣ୍ଡାଙ୍କୁ ମଧ୍ୟ ମହତ୍ , ଅଭିନବ ଓ ସୁନ୍ଦର ପ୍ରୟାସ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସ୍ୱାଗତ ସମ୍ଭାଷଣ ସହିତ ସଭାକୁ ସଂଯୋଜନା କରିଥିଲେ ଶିକ୍ଷାବିତ୍ ପ୍ରଦୀପ କୁମାର ପୁରୋହିତ୍ l ଏହି ସାରସ୍ୱତ ସଭାରେ ସର୍ବଶ୍ରୀ ବାସୁଦେବ ମିଶ୍ର, ହରିହର ଶତପଥୀ, ଜ୍ୟୋତି ରଞ୍ଜନ ପଟ୍ଟନାୟକ,ଡଃ. ସୁଦାମ ନାଏକ, ବ୍ରଜ ମୋହନ ଦାନୀ, ମୃତ୍ୟୁଞ୍ଜୟ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ଶ୍ରୀଧର ବାଗ,ବେଣୁଧର ପ୍ରଧାନ, ପ୍ରଶାନ୍ତ ସାହୁ,ଦୟାନିଧି ସେଠୀ, କଳାକାହ୍ନୁ ଦାଶ , ଅମୂଲ୍ୟ ପାତ୍ର,ଚିତ୍ତରଞ୍ଜନ ନାୟକ,ଅହଲ୍ୟା ପଣ୍ଡା,ମୀନା ମହାରଣା, ଝିଲିପାତ୍ର,ମାନସୀ ପଣ୍ଡା ତଥା ଲେଖକ ଯୋଗୀନ୍ଦ୍ର ପଣ୍ଡା ଙ୍କ ର ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ଉକ୍ତ ଯୋଗଦାନ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *