ଚାଷ ଜମିରେ ପାଣିମଡ଼ାକୁ ନେଇ ହତ୍ୟାକାଣ୍ଡ, ଦୁଇ ଆସାମୀ ଗିରଫ, ଜଣେ ଫେରାର

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଲୁପୁରସିଂହା ଗ୍ରାମର ଏକ ଧାନ ବିଲରେ ଗତ ସୋମବାର ସନ୍ଧ୍ୟା ରେ ଚାଷ ଜମିକୁ ପାଣି ମଡ଼ାକୁ ନେଇ ଏକ ହତ୍ୟା କାଣ୍ଡ ଘଟିଥିଲା l ଏଥିରେ ଉକ୍ତ ଗ୍ରାମର କାର୍ତ୍ତିକ ବରିହା ( 50) ଙ୍କ ମୃତ୍ୟୁ ଘଟିଥିଲା l ଏ ନେଇ ତାଙ୍କ ପୁଅ ଶିବ ବରିହା ଥାନା ରେ ଅଭିଯୋଗ କରିଥିଲେ l ଉକ୍ତ ଘଟଣା ରେ ପୋଲିସ ଲୁପୁରସିଂହା ଗ୍ରାମର ଦୈତାରୀ ପଧାନ (40) ଓ ଶୁକୃ ଭୁଏ (70) ଙ୍କୁ ଅଟକ ରଖିଥିଲା ଓ ପରେ ଗିରଫ କରିଥିଲା l ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ରାମ ଭୁଏ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ l ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଲୁପୂରସିଂହା ହତ୍ୟା ଘଟଣା ରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଟାଙ୍ଗିଆ ଓ ବାଉଁଶ ବାଡ଼ି ଜବତ କରିଛି ପୋଲିସ ।ଏ ନେଇ ଆଜି ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ପୂର୍ବ ଶତ୍ରୁତାକୁ ନେଇ ହୋଇଥିଲା ଏହି ହତ୍ୟାକାଣ୍ଡ। ସୂଚନା ଅନୁସାରେ ଅଭିଯୁକ୍ତ ଓ ମୃତକ ଜଣେ ମାଲିକଙ୍କ ଜମିକୁ ଭାଗ ଚାଷ କରୁଥିଲେ । ତେବେ ଉଭୟେ ସମସ୍ତ ଜମିକୁ ଏକା ଚାଷ କରିବାକୁ ଚାହୁଁଥିବା ବିଭିନ୍ନ ସମୟରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ଲାଗିରହୁଥିଲା । ଗତ ସୋମବାର ସନ୍ଧ୍ୟା ସମୟରେ ଚାଷ ଜମି ରେ ମଡ଼ାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବାବେଳେ ଅଭିଯୁକ୍ତମାନେ କାର୍ତ୍ତିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି । ଏହି ଘଟଣାର ତଦନ୍ତ କରି ଲଛିପୁର ପୋଲିସ ଅଭିଯୁକ୍ତ ଦୈତାରୀ ପଧାନ ଓ ଶୁକୃ ଭୋଇଙ୍କୁ ଗିରଫ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି l ଏ ନେଇ ଲଛିପୁର ପୋଲିସ ରେ କେସ ନମ୍ବର 21/ Date -11/03/25 U/s -103 (i) 126(2)115(2) 296/109(i)3(5) BNS /3(I)(i) (3)3(2)(va )SC & ST ( POA ) Act. ଆଧାର ରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂତ୍ରରୁ ପ୍ରକାଶ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର