July 28, 2025
Home » ଦୀର୍ଘ ବର୍ଷ ର ସ୍ବପ୍ନ ମେଡିକାଲ କଲେଜ –ନବୀନ ସରକାର ନିର୍ମାଣ କଲେ–ମୋହନ ସରକାର ଉଦଘାଟନ କଲେ

ଦୀର୍ଘ ବର୍ଷ ର ସ୍ବପ୍ନ ମେଡିକାଲ କଲେଜ –ନବୀନ ସରକାର ନିର୍ମାଣ କଲେ–ମୋହନ ସରକାର ଉଦଘାଟନ କଲେ

0
WhatsApp Image 2025-06-12 at 8.03.26 AM

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଏକ ପାହାଡ ପର୍ବତ ଝରଣା ଘେରା ସରସ ସୁନ୍ଦର୍ ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଦ୍ୟୁତ,ପାନିୟଜଳ ଇତ୍ୟାଦି ସମସ୍ୟା ଲାଖିରହିଥିଲା।–24ବର୍ଷର ବିଜେଡି ପ୍ରିୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସରକାର ରେ ଧିରେ ଧିରେ ବହୁତ ଉନ୍ନତୀ ହୋଇଛି। ବିଭିନ୍ନ ସମାଜ, ସଂଗଠନ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲା। କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ସମୟରେ ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ ହୋଇ କଲରମରା ସରିଥିଲା, ହେଲେ କେଉଁଠି ତୃଟି ରହିଗଲା ଦଳିୟକନ୍ଧଳ, ଆନ୍ତରିକତା ଅଭାବ,ନାଁ ରାଜନୈତିକ ଇଛାଶକ୍ତି ତେବେ ଆଉ କ’ଣ ଲାଭଅଛି ବିଜେଡି ଫଳକ ଲାଗି ପାରିଲା ନାହଁ, ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ସକାଶେ ଲଗାତାର ମୂଖ୍ୟମନ୍ତ୍ରୀ ରାଜନୀତି ପଶାଖେଳ ଓଲଟି ପଡ଼ିଲା, ତେବେ ରାଜ୍ୟ ବାସୀ ହୃଦୟ ରେ କେତେ ଭଲ ପାଉଥିଲେ ଏଠାରୁ ବେଶ ଅନୁମେୟ କନ୍ଧମାଳ ବାସୀ କେବେ ଆଶାରଖିନଥିଲେଯେ , ନବୀନ ପଟ୍ଟନାୟକଙ୍କ ଛଡ଼ା ଆଉ କେହି ଉଦଘାଟନ କରିବେନାହି ଏହା ଶୁଣିବାକୁ ମୁଳୁଥିଲା,ଠିକ୍ ଓଲଟା ହେଲା-ଲାଗାତାର ବିଜେଡି ସରକାରଙ୍କ କରାମତି କୁ ଭାଙ୍ଗିଛି, ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର, ସୂଚନା ଯୋଗ୍ୟ ପ୍ରଥମ ଥର ପାଈଁ ଓଡ଼ିଶା ରେ ଦୀର୍ଘ ବର୍ଷ ପରେ ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଏକ ବର୍ଷର ସରକାର ଙ୍କ କରାମତି,ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା କୁ ଆସି ପ୍ରଥମ ଗର୍ବଗୋରବ 100ଶର୍ଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ 650 ଶର୍ଯ୍ୟା ଡାକ୍ତରଖାନା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଉଦଘାଟନ କରୁଛନ୍ତି।

ଏବଂ 750କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଅଛନ୍ତି। ମେଡିକାଲ କଲେଜ ଓ ଡାକ୍ତରଖାନା ମୂଖ୍ୟମନ୍ତ୍ରୀ ଙ୍କ ପ୍ରଥମ ଉଦଘାଟନ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ଦ୍ଵାରା ପ୍ରଥମ ଗୋରବପୂର୍ଣ୍ଣବାର୍ତ୍ତା ଓ-ପ୍ରଥମଥର ପାଇଁ ବିଜେପି ମୂଖ୍ୟମନ୍ତ୍ରୀ ଙ୍କ ସହ କନ୍ଧମାଳ ଜିଲ୍ଲାର ଦୀର୍ଘ ବର୍ଷ ର ସ୍ବପ୍ନ ମେଡିକାଲ କଲେଜ କେବେ ଉଦଘାଟନ ହେବ। ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ଦାୟିତ୍ଵ ରେ ମେଡିକାଲ କଲେଜ ଓ ହସପିଟାଲ ଉଦଘାଟନ ଉତ୍ସବ ଓ ବିଶାଳ ଜନସମାଗମ କରିବା ଓ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ସୁରକ୍ଷା ବଳୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଉଦଘାଟନ ସମାରୋହ ରେ ମୂଖ୍ୟମନ୍ତ୍ରୀ ନିଜ ଭାଷଣ ରେ କହିଲେ ଏହି ମେଡିକାଲ କଲେଜ ଓ ଡାକ୍ତରଖାନା ପ୍ରତି ପୋଡସି ନୟାଗଡ଼, ବୋଦ୍ଧ,ଓ କଳାହାଣ୍ଡି ଜିଲ୍ଲାର ଅଧିବାସୀ ମାନେ ମଧ୍ୟ ଉପକୃତ ହେବେ।ଏହା ସ୍ଥାନୀୟ ରୋଜଗାର, ଗବେଷଣା ଓ ଅର୍ଥନୈତିକ ବିକାଶ ପାଇଁ ମଧ୍ୟ ଶକ୍ତିଶାଳୀ ଡବଲ ଇଜିନ ଭାବେ କାମ କରିବ ବୋଲି ମୂଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି।ଗତ -24 ବର୍ଷ ଭିତରେ କିଭଳି ଭାବେ ସ୍ବାସ୍ଥ୍ୟ ସେବାକୁ ଅବହେଳିତ ଅବସ୍ଥାରେ ରଖାଯାଇଥିଲା ବୋଲି କହିଥିଲେ।ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିକ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମାଚରଣ ମଲିକ , ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଙ୍କ ଜନସମାବେଶରେ କନ୍ଧମାଳ ଜିଲ୍ଲା ବାସୀଙ୍କ ସ୍ବପ୍ନ ମେଡିକାଲ କଲେଜ ନବୀନ ସରକାର ନିର୍ମାଣ କଲେ, ମୋହନ ଚରଣ ମାଝୀଙ୍କ ସରକାର ଉଦଘାଟନ କଲେ। ଆଗାମୀ ଦିନରେ ମୂଖ୍ୟମନ୍ତ୍ରୀ ଙ୍କ ଦିତିୟ ଭେଟି ଦେଖିବାକୁ ବାକି ରହିଲା।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଫୁଲବାଣୀ ଙ୍କ ରିପୋର୍ଟ ଫୁଲବାଣୀ।

Leave a Reply

Your email address will not be published. Required fields are marked *