ଟିକାବାଲି ବ୍ଲକ ରେ ମନରେଗା ଅମୃତ ସରୋବର ଗୋଷ୍ଠୀ ବନ୍ଧ ର ଭିଜିଲାନ୍ସ ତଦନ୍ତ ଦାବି

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଟିକାବାଲି ବ୍ଲକ ରେ ମନରେଗା ଅମୃତ ସରୋବର ଗୋଷ୍ଠୀ ବନ୍ଧ ଦିଏ ଦେଖିବାକୁ ଯିବ ସିଏ ହିଁ ଜାଣିପାରିବ ଏବଂ ସୂଚନା ଫଳକ ଲାଗି ନଥିବାରୁ ଅଟକଳ ମୂଲ୍ୟ କୁ ଅନୁଧ୍ୟାନ କଲେ ଜାଣିବାହେବ ଯେଉଁ ସ୍ଥାନ ରେ ଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ସଂପୂର୍ଣ୍ଣ ଭାବେ ରାଧେ ରାଧେ ନିତି ରେ ଚାଲିଥିବା ଫୋଟ ଚିତ୍ର ଏବେ କଥା କହୁଛି। ବିଜେଡି ସୁପ୍ରିମୋ ତଥା ପୂର୍ବତନ ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୨୪ ବର୍ଷ ସୁଶାସନ କାଳରେ ୨୦୨୨- ୨୦୨୩ ଆର୍ଥିକ ବର୍ଷରେ ମନରେଗା ଅମୃତ ସରୋବର ଗୋଷ୍ଠୀ ବନ୍ଧ ର କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥା ରେ ପଡିରହିଛି। ସଂପୂକ୍ତ ସରକାରୀ ବାବୁ ମାନଙ୍କ କେତେକ ବଦନୀ ହୋଇଯାଇଛି ଓ ଆଉ କେତେ ଅବସର ନେଇସାରିଥିବା ବେଳେ ଟିକାବାଲି ପଞ୍ଚାୟତ ବୁଦୁଗୁଡାରି ଠାରେ ମନରେଗା ଅମୃତ ସରୋବର ଗୋଷ୍ଠୀ ବନ୍ଧ ର ସୂଚନା ଫଳକ କୁଆଡେ ଉଭେଇ ଯାଇଛି। ସାଧାରଣ ଜନତା ଙ୍କ ପାଇଁ ସରକାର ଙ୍କ ସୂଚନା ଫଳକ ସଚେତନତା କାର୍ଯ୍ୟକ୍ରମ କାହା ସ୍ବାର୍ଥରେ ବୋଲି ସାଧାରଣ ଚର୍ଚ୍ଚା ହେଉଛି।
ଟିକାବାଲି ବ୍ଲକ ର ବିଜେଡି ଯୁବ ଅଧ୍ୟକ୍ଷ ଦୀଲିପ କହଁର ଙ୍କ ତଦାରଖ ଅଭାବରୁ କିମ୍ବା ରାଜନୈତିକ ଇଛାଶକ୍ତି ଦୃଷ୍ଟି କୋଣରୁ ଦଳିୟ ଲୋକଙ୍କ ହାତବାରିସି ସାଜି କାର୍ଯ୍ୟ ଗୁଡ଼ିକର ଆରମ୍ଭ ହୋଇ ଶେଷ ତାରିଖ ଅବଧି ବଢ଼ିବାରେ ଚାଲିଛି। ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଜେଡି ବିଧାୟକ ସାଲୁଗା ପ୍ରଧାନ ଙ୍କ ଅମଳରେ ବିଧାୟକ ପାଣ୍ଠିରୁ ହେଉ ବ୍ଲକ ର ଉନ୍ନୟନ କାର୍ଯ୍ୟ ଅନ୍ୟାନ୍ୟ ବିଭାଗର ଉନ୍ନୟନ କାର୍ଯ୍ୟ ପ୍ରତି କେବେହେଲେ ସଚେତନ ସଭା କିମ୍ବା ବିଧାୟକ ଙ୍କ କ୍ଷେତ୍ର ପରିଦର୍ଶନ ହେଉନଥିଲା। ବର୍ତ୍ତମାନ ର ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ତଥା ପୂର୍ବତନ ଟିକାବାଲି ବ୍ଲକ ଅଧ୍ୟକ୍ଷ । ଏବେ କଂଗ୍ରେସ ଦଳର ବିଧାୟକ କେଉଁ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନାଁ ଜାଣିଶୁଣି ଚୁପଚାପ୍ ରହୁଛନ୍ତି ତାହା ସମୟ ହିଁ କଥାକହିବ। ସୂଚନା ଯୋଗ୍ୟ କେତେ ପୂରୁଣା ବନ୍ଧ କୁ ଆଦର୍ଶ ବନ୍ଧ ନାମରେ ବ୍ୟାପକ ଅର୍ଥ ହେର ଫେରି ହୋଇଥିବା ଅଭିଯୋଗ ହେଉଛି।୨୦୨୨_୨୦୨୩ ଆର୍ଥିକ ବର୍ଷରେ ମନରେଗା ଅମୃତ ସରୋବର ଗୋଷ୍ଠୀ ବନ୍ଧ ରେ ଜବକାଡ ଧାରି ହିତାଧିକାରୀ ମାନଙ୍କୁ ହାତବାରସି କରି ହିଟାଜି ମେସିନ ଓ ଟ୍ରାକଟର ବ୍ୟବହାର କରି ମାଲେ ମାଲ ହେବା ସହ ହିଟାଜି ମାଲିକ ମାନେ ଅଟ୍ଟାଳିକା ନିର୍ମାଣ କରିସାରିଛନ୍ତି।
ସରକାରୀ ଦଳର ପଦ ପଦବୀ ଧାରି ମାନେ ସରକାରୀ ବାବୁ ମାନଙ୍କୁ ହାତମୁଠାରେ ରଖି କାମ ଦେଇ ଲାଭଖୋର କରାଇଛନ୍ତି ଓ ନିଜେ ମଧ୍ୟ ଲାଭବାନ ହୋଇଛନ୍ତି। ତଦନ୍ତ ଦାବିରେ ବିରୋଧି ଙ୍କ ପ୍ରଶ୍ନ ବାଣ ପାଣିରେ ଗାର ହୋଇଛି।କେବଳ ବ୍ଲକ ମାଧ୍ୟମରେ ମନରେଗା ଅମୃତ ସରୋବର ଗୋଷ୍ଠୀ ବନ୍ଧ ଅଧାପନ୍ତରିଆ ଅବସ୍ଥା ରେ ସେକଥା ନୂହେ ଅନ୍ୟପକ୍ଷରେ ଦେଖିବାକୁ ମିଳେ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା କନ୍ଧମାଳ, ଫୁଲବାଣୀ ଦ୍ବାରା ମନରେଗା ଅମୃତ ସରୋବର ଗୋଷ୍ଠୀ ବନ୍ଧ ର ନବୀକରଣ ଫୋଟ ଚିତ୍ର ଏବେ କଥା କହୁଛି।ଏବେ ମଧ୍ୟ କାମ ସରୁ ନାହିଁ।କିମ୍ବା ବନ୍ଧ ଚତୁଃପାର୍ଶ୍ଵରେ ସିମେଣ୍ଟ ଚେୟାର ପଡ଼ିନାହିଁ।ଉକ୍ତ ବନ୍ଧର ପ୍ରକଳ୍ପ ଅଟକଳ ପରିମାଣ ଟ ୧୫. ୮୦.୦୦୦ ଙ୍କା , ଶ୍ରମିକ ଅଂଶ ଟ୧୦.୧୮.୬୮୮.ଙ୍କା,ସାମଗ୍ରୀ ଅଂଶ ଟ ୫.୬୧.୩୧୨ଙ୍କା, କାର୍ଯ୍ୟ ଆରମ୍ଭ ତା ୨୧.୦୪.୨୦୨୩,ଶେଷ ତାରିଖ ସୂଚନା ଫଳକ ରେ ଲେଖାଏଁ ଯାଏ ହୋଇନାହିଁ। କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅତ୍ମିତ ଋତୁରାଜ୍ ଙ୍କ ଦ୍ଵାରା ପରୋକ୍ଷରେ ହେଉ କିମ୍ବା ପ୍ରତକ୍ଷରେ ହେଉ ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହେଉଛି। କେବଳ କାଗଜପତ୍ର ରେ ଚାର୍ଜ ଦିଆନିଆ ହେଉଛି ହେଲେ କ୍ଷେତ୍ର ପରିଦର୍ଶନ ହେଉନାହିଁ।ପୂରୁଣା କାମ ଗୁଡିକ ଗାଁ ଗହଳି ରେ ହୋଇଯାଇଛି କାମ ଗୁଡିକ ରେ ବ୍ୟାପକ ଦୁର୍ନିତୀ ହୋଇଛି ସେହି ପରି ଦୁର୍ନିତୀ ହେବାରେ ଲାଗିଛି। ଖଜୁରୀ ଗଛର କି ଗୁଣ ଖାଇବି ମୂଳ ରୁ ପାହାଚ ପାହାଚ ଦୀର୍ଘ ୨୪ ବର୍ଷ ର ବିଜେଡି ସୁଶାସନ କୁ ରାଜନୈତିକ ପଶା ଖେଳରେ ବିଜେପି ବାଜି ମାରି ଆଜି ବିଜେପି ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସରକାର କୁ ଏକ ବର୍ଷ ପୂର୍ତ୍ତି ହୋଇଯାଇଛି। ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କନ୍ଧମାଳ ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ଦିବସରେ ଭାଷଣରେ କହିଥିଲେ ଏକ ବର୍ଷ ର ଛୁଆ ବିଜେପି ଦଳ ଓଡ଼ିଶା ରେ ନିର୍ବାଚନ ପ୍ରଚାର ବେଳେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଧିରେ ଧିରେ ପୁରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଦୁର୍ନିତୀ ହଟାକ ସ୍ବଲଗାନ କେବେ ଆକ୍ସନ ମୁଡ ହେଉଛି ନତୁବା ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଅଭିଯୋଗ କଲେ ଆକ୍ସନ ହେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ମୋହନ ଚରଣ ମାଝୀଙ୍କ ସରକାର ଅମଳରେ ମନରେଗା ଅମୃତ ସରୋବର ଗୋଷ୍ଠୀ ବନ୍ଧ ର ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣ ରେ ଦାବି ହେଉଛି। ବିଜେପି ମୂଖ୍ୟମନ୍ତ୍ରୀ ଙ୍କ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନାଁ ଜାଣିଶୁଣି ଚୁପଚାପ୍ ରହୁଛନ୍ତି ତାହା ସାଧାରଣ ଦେଖିବାକୁ ବାକି ରହିଲା।
ବାଲିଗୁଡା ଇ ପି ଏ ରୁ ମଧୁସ୍ମିତା ନାୟକ ଙ୍କ ରିପୋର୍ଟ