August 27, 2025
Home » ନିରନ୍ତର ଶିକ୍ଷା ଗ୍ରହଣ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଅଧ୍ୟୟନର ନୂଆ ଅଧ୍ୟାୟ: ବିଶେଷଜ୍ଞ

ନିରନ୍ତର ଶିକ୍ଷା ଗ୍ରହଣ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଅଧ୍ୟୟନର ନୂଆ ଅଧ୍ୟାୟ: ବିଶେଷଜ୍ଞ

0
FIVE DAY FDP PHOTO

ଭୁବନେଶ୍ୱର, ଜୁଲାଇ ୨୮: ସମାଜ ଦ୍ରୁତ ଗତିରେ ଅଗ୍ରଗତି କରୁଥିବା ବେଳେ ନିରନ୍ତର ଶିକ୍ଷା ଗ୍ରହଣ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଆହରଣ ବର୍ତମାନର ଆବଶ୍ୟକତା ବୋଲି କହିଛନ୍ତି ସ୍କିଲ୍ ଡେଭେଲପ୍‌ମେଂଟ ଇନ୍‌ଷ୍ଟିଚ୍ୟୁଟ୍ (ଏସ୍‌ଡିଆଇ)ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରଞ୍ଜନ ଭୌମିକ।
ବର୍ତମାନ ସମୟରେ ଆବଶ୍ୟକତା ଅନୁଯାୟୀ ଚିରାଚରିତ ଶିକ୍ଷା ସହିତ ନୂତନ ଜ୍ଞାନକୌଶଳକୁ ମିଶ୍ରଣ କରିବା ଜରୁରୀ ବୋଲି ଶ୍ରୀ ଭୌମିକ କହିଛନ୍ତି । ଗତ ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ‘ଇନୋଭେସନ୍ ଅଫ୍ ଏନ୍‌ଟ୍ରୋପ୍ରିନ୍ୟୁଅରସିପ୍‌’ ଶୀର୍ଷକ ୫-ଦିନିଆ ଫ୍ୟାକଲ୍ଟି ଡେଭେଲପ୍‌ମେଂଟ ପ୍ରୋଗ୍ରାମର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିବା ଅବସରରେ ଏହା କହିଛନ୍ତି ଶ୍ରୀ ଭୌମିକ।
ଏସ୍‌ଡିଆଇ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଭୌମିକ କହିଛନ୍ତି ଯେ ଏହା ଏପରି ଏକ ଅନୁଷ୍ଠାନ ଯେଉଁଠାରେ କି ଯୁବବର୍ଗଙ୍କୁ କୁଶଳୀ କରିବା ସହ ରୋଜଗାରକ୍ଷମ କରିବାରେ ସହାୟତା କରିଥାଏ। ଏଠାରେ ଆଇଏସ୍‌ଡି ପକ୍ଷରୁ ଅନେକ ସ୍ୱଳ୍ପ ମିଆଦୀ ପାଠ୍ୟକ୍ରମ ପ୍ରଦାନ କରାଯାଉଥିବା ବେଳେ ପ୍ରାୟ ୯୨ ପ୍ରତିଶତ ଏସ୍‌ଡିଆଇ ଟ୍ରେନି ନିଯୁକ୍ତି ପାଇପାରୁଛନ୍ତି ବୋଲି ସେ କହିଛନ୍ତି।
ଏହି ଅବସରରେ ସିଟି ନଲେଜ ଇନୋଭେସନ୍ କ୍ଲସ୍‌ଟର (ବିସିକେଆଇସି)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ନମ୍ରତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାର ସମୟ ଆସିଛି।
ଫ୍ୟାକଲ୍ଟିମାନଙ୍କୁ ଚେଞ୍ଜ ମେକର ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଯୁବ ଗବେଷକମାନେ ଉଦ୍ୟୋଗୀକରଣକୁ ଅଧିକ ଭାବେ ଗ୍ରହଣ କରୁଛନ୍ତି। ଓଡ଼ିଶାର ଷ୍ଟାର୍ଟ-ଅପ୍‌ଗୁଡ଼ିକ ଖୁବ ଭଲ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି, ଆସୋସିଏଟ୍ ଡିନ୍ ପ୍ର୍ରଫେସର ମନୋରଞ୍ଜନ ଦାଶ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଏଫ୍‌ଡିପିର ସହ-ସଂଯୋଜକ ଡକ୍ଟର ନେହା ଗୁପ୍ତା ବକ୍ତବ୍ୟ ରଖିଥିଲେ।
ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାର ପ୍ରାୟ ୨୧ ଜଣ ବିଶେଷଜ୍ଞ ଓ ୫୦ ଜଣ ପ୍ରତିଯୋଗୀ ଏହି ଏଫ୍‌ଡିପିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *