October 23, 2025
Home » ଦୀପାବଳୀକୁ ନେଇ ଦ୍ୱନ୍ଦ୍ୱ: ସୌରବ୍ରାହ୍ମଣ ପରିଷଦର ମତ ୨୧ରେ ପାଳନୀୟ

ଦୀପାବଳୀକୁ ନେଇ ଦ୍ୱନ୍ଦ୍ୱ: ସୌରବ୍ରାହ୍ମଣ ପରିଷଦର ମତ ୨୧ରେ ପାଳନୀୟ

0
WhatsApp Image 2025-10-18 at 5.02.40 PM

ଭୁବନେଶ୍ୱର :ଜ୍ୟାତିଷ ଗଣନା ଏବଂ ଶାସ୍ତ୍ରୀୟମତେ ଆସନ୍ତା ୨୧ ତାରିଖ ଦୀପାବଳୀ ପାଳନୀୟ ବୋଲି ରାଜ୍ୟ ସୌର ବ୍ରାହ୍ମଣ ପରିଷଦର ସଭାପତି ରଘୁନାଥ ଦାଶ କହିଛନ୍ତି। ଶନିବାର ରାଧାକୃଷ୍ଣ ମନ୍ଦିର ପରିସର ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଶ୍ରୀ ଦାଶ ତଥ୍ୟ, ପ୍ରମାଣ ଓ ଯୁକ୍ତି ଅନୁସlରେ କହିଛନ୍ତି ଯେ, ୨୦ ତାରିଖ ସୋମବାର ଦିବା ୩ଘଟିକା ୪୫ ମିନିଟ୍ ଠାରୁ କାତ୍ତିର୍କ ଅମାବାସ୍ୟା ତିଥି ଆରମ୍ଭ ହୋଇ ୨୧ ତାରିଖ ସନ୍ଧ୍ୟା ୫ ଘଟିକା ୫୫ ମିନିଟ୍ ପର୍ଯ୍ୟନ୍ତ ରହୁଥିବାରୁ ସେହିଦିନ ଅର୍ଥାତ୍ ମଙ୍ଗଳବାର ଦୀପାବଳୀ ତଥା ପୟା ଶ୍ରାଦ୍ଧ ଓ ବଡବଡୁଆ ଡକା ଶାସ୍ତ୍ର ସମ୍ମତ। ଅକ୍ଟବର ୨୧ ତାରିଖ ଅମାବାସ୍ୟା ତିଥି ୩ ପ୍ରହର (ପ୍ରାୟତଃ ୯ ଘଣ୍ଟା)ରୁ ଉର୍ଦ୍ଧ୍ୱ ରହୁଅଛି। ଏଥି ସହିତ ପ୍ରଦୋଷ କାଳକୁ ରହୁଥିବାରୁ ଦୀପାବଳୀ, ପୟାଶ୍ରାଦ୍ଧ ଇଷ୍ଟ ଦେବାଦେବୀ ପୂଜା, ଶ୍ରୀଲକ୍ଷ୍ମୀ ଗଣେଶ ପୂଜା ସହିତ ବଡବଡୁଆ ଡକା ଇତ୍ୟାଦି ଶାସ୍ତ୍ର ସମ୍ମତ ଓ ପାଳନୀୟ ବୋଲି ଶ୍ରୀ ଦାଶ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନେୀର ପରିଷଦର ସମ୍ପାଦକ ନିମାଇଁ ଚରଣ ଦାଶ, ପଣ୍ଡିତ ଅଚ୍ୟୁତାନନ୍ଦ ନାୟକ, ପଣ୍ଡିତ ପ୍ରଦୀପ୍ତ କୁମାର ନାୟକ, ପଣ୍ଡିତ ତ୍ରିନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *