ଶ୍ରୀ ଜଗନ୍ନାଥ ଯୋଗାଳୟ ପକ୍ଷରୁ ଅଲୋଚନା ଚକ୍ର

ଭୁବନେଶ୍ବର୍ – ପୋଖରୀପୁଟ ମଧୁସୂଦନ ପାର୍କ ଶ୍ରୀ ଜଗନ୍ନାଥ ଯୋଗାଳୟ ପକ୍ଷରୁ ‘ ପୟାଶ୍ରାଦ୍ଧ ଓ କାର୍ତିକ ମାସର ଗୁରୁତ୍ଵ ‘ ସମ୍ପର୍କରେ ଏକ ଅଲୋଚନା ଚକ୍ର ଉପଦେଷ୍ଟା ତଥା ସ୍ତମ୍ଭକାର ନିର୍ମଳ ଚନ୍ଦ୍ର ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁ ଷ୍ଠିତ ହୋଇଯାଇଛି। ଲିଙ୍ଗରାଜ ବିହାର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସଭାପତି ଲକ୍ଷ୍ମୀନାରାୟଣ ପାଢି ସଭା ସଞ୍ଚାଳନ କରିଥିଲେ। ଏଥିରେ ପଣ୍ଡିତ ପ୍ରବୀର କୁମାର ମହାପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ପୟା ଶ୍ରାଦ୍ଧର ଗୁରୁତ୍ଵ ଓ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପଣ୍ଡିତ ମହାପାତ୍ର ଓ ସୀମାଞ୍ଚଳ ପାଢି ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ପ୍ରତ୍ୟକ ପର୍ବ ପର୍ବାଣୀ ଆମେ ବାରମାସରେ ପାଳନ କରୁଥିଲେ ମଧ୍ୟ ତାର ଗୁଢ ରହସ୍ୟ ଓ ତଥ୍ୟ ସମସ୍ତେ ଜାଣନ୍ତି ନାହିଁ। ସେଥିପାଇଁ ଏପରି ଆଲୋଚନା ଚକ୍ରର ଆବଶ୍ୟକତା ରହିଛି ବୋଲି ସଭାପତି ସାମଲ କହିଥିଲେ। ଅନ୍ୟନ୍ୟ ମାନଙ୍କ ମଧ୍ୟରେ ଶିଶିର କୁମାର ଦାସ, ବରିଷ୍ଟ ସାମ୍ବାଦିକ। ଅଜୟ କୁମାର ଦାସ, ନାରାୟଣ କର, ଦଶରଥ ନନ୍ଦ, କୃଷ୍ନ ପ୍ରସାଦ ଜେନା, ମିଟୁ ସ୍ଵାଇଁ, ବରିଷ୍ଠ ରାଉତ, ସୁଦର୍ଶନ ମାହାଲିକ, ବିଷ୍ନୁ ପ୍ରସାଦ ପ୍ରଧାନ, ପ୍ରଃ ବାଳକୃଷ୍ଣ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପଠାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।