November 20, 2025
Home » ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ “ସପ୍ତଶକ୍ତି ସଙ୍ଗମ” ଆୟୋଜିତ !

ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ “ସପ୍ତଶକ୍ତି ସଙ୍ଗମ” ଆୟୋଜିତ !

0
WhatsApp Image 2025-11-16 at 5.21.11 AM (1)

ଛତ୍ରପୁର: ବିଦ୍ଯାଭାରତୀ ର ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ଶିକ୍ଷା ବିକାଶ ସମିତିଙ୍କ ଆନୁକୂଲ୍ୟରେ ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ “ସପ୍ତଶକ୍ତି ସଙ୍ଗମ” ଶନିବାର ଆୟୋଜିତ ହୋଇଯାଇଛି ।ବ୍ରହ୍ମପୁରର ନୀଳକଣ୍ଠନଗରସ୍ଥ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ଆଚାର୍ଯ୍ୟା ସୁଶ୍ରୀ ବିଘ୍ନେଶ୍ୱରୀ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ମାତୃମଣ୍ଡଳୀଙ୍କୁ କୁଟୁମ୍ବ ପ୍ରବୋଧନ ଓ ପର୍ଯ୍ଯାବରଣ ବିଷୟରେ ମାର୍ଗଦର୍ଶନ କରିଥିଲେ ।

ଶିଶୁ ବାଟିକା ପ୍ରମୁଖ ଆଚାର୍ଯ୍ୟା ବି.ସୁଶୀଳା କୁମାରୀ ଅତିଥିମାନଙ୍କ ପରିଚୟପ୍ରଦାନ କରିବା ସାଂଗକୁ ସ୍ବାଗତ ସମ୍ଭାଷଣ ମାଧ୍ଯମରେ ନାରୀ ମଧ୍ୟରେ ଥିବା କୀର୍ତ୍ତି ଶ୍ରୀ ବାକ୍ ସ୍ମୃତି ମେଧା ଧୃତି କ୍ଷମା ମେଧା ସପ୍ତଶକ୍ତିର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଶିଶୁଭଉଣୀଙ୍କ ଦ୍ବାରା ମହିୟସୀ ମହିଳାଙ୍କ ବାର୍ତ୍ତା ଦିଆଯାଇଥିଲା। ଉପ-ସଭାପତି ମାନନୀୟା ଗୀତା ପାଢ଼ୀ ଆଶୀର୍ବଚନ ପ୍ରଦାନ କରିଥିଲେ । ଚୟନୀତ ମହିଳାଙ୍କୁ ପୁରସ୍କୃତ ଓ ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ ହୋଇଥିଲା। ଶ୍ରୀମତୀ ରୀନା ପ୍ରଧାନ ସଙ୍କଳ୍ପ ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *