ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗ
ଦକ୍ଷିଣୀ ଶୌଣ୍ଢିକ ମହାସଂଘ ପକ୍ଷରୁ ଶୋକସଭା।
ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ଉପସଭାପତି ରାଜେନ୍ଦ୍ର ସାହୁ ଙ୍କ ଅକାଳ ବିୟୋଗ ଯୋଗୁଁ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ଏନେଇ ଆଜି ଭବାନୀପାଟଣା ସ୍ଥିତ ଲେଖକ କଳା ପରିଷଦ ଭବନ ଠାରେ ଦକ୍ଷିଣୀ ଶୌଣ୍ଢିକ ମହାସଂଘ କଳାହାଣ୍ଡି ଓ ଟିଟିଲାଗଡ ସବ ଡିଭିଜନ ପକ୍ଷରୁ ଏକ ଶୋକସଭା ର ଆୟୋଜନ କରାଯାଇ ସ୍ଵର୍ଗତ ସାହୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ସଭାପତି ଶ୍ରୀ ଥବିର ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକ ସଭାରେ ସାଧାରଣ ସଂପାଦକ ଗୋପାଳ ଚନ୍ଦ୍ର ସାହୁ,ସଦର ବ୍ଲକ ଆଞ୍ଚଳିକ କମିଟିର ସଭାପତି କୁଳମଣି ସାହୁ,ଗୋଲାମୁଣ୍ଡା ବ୍ଲକ ସଭାପତି ରମେଶ ଚନ୍ଦ୍ର ସାହୁ, ଚାଞ୍ଚେର ଗ୍ରାମ୍ୟ କମିଟି ର ସଭାପତି ମିତ୍ରସେନ ସାହୁ , ଟାଉନ ସଂପାଦକ ସୁବୋଧ କୁମାର ସାହୁ, ସଂଘର ବରିଷ୍ଠ ସଦସ୍ୟ ଅଶୋକ କୁମାର ପାତ୍ର,ରାଧେଶ୍ୟାମ ସାହୁ, ଭାସ୍କର ସାହୁ, ଲୋକନାଥ ସାହୁ, ସଚ୍ଚିଦାନନ୍ଦ ସାହୁ , ଉଦ୍ଧବ ସାହୁ, ବିଜୟ ସାହୁ, ମୋହନ ସାହୁ, ଅଶୋକ କୁମାର ସାହୁ, ଅକ୍ଷୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଶ୍ରୀ ସାହୁ ଙ୍କର କାର୍ଯ୍ୟ ଦକ୍ଷତା, କର୍ତ୍ତବ୍ୟ ନିଷ୍ଠା ଓ ଦକ୍ଷିଣୀ ଶୌଣ୍ଢିକ ମହାସଂଘ ର ସଂଘୀୟ ସେବା ଉପରେ ଆଲୋକପାତ କରିଥଲେ ଓ ସ୍ଵର୍ଗତ ସାହୁଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥଲେ।

ସୁଚନା ଯୋଗ୍ୟ ଯେ, ସ୍ଵର୍ଗତ ସାହୁ କର୍ଲାପଡା ହାଇସ୍କୁଲ୍ ରେ ଶିକ୍ଷକତା ଆରମ୍ଭ କରି ଟାଉନ ହାଇ ସ୍କୁଲ, ମାଣିକେଶ୍ଵରୀ ହାଇ ସ୍କୁଲ,ଭବାନୀପାଟଣା ରୁ ପଦୋନ୍ନତି ପାଇ ଲାଞ୍ଜିଗଡ ବ୍ଲକ ର ବିଶ୍ଵନାଥ ପୁର ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବେ ସଫଳତାର ସହ କାର୍ଯ୍ୟକରି ୨୦୨୧ ମସିହାରେ ଅବସର ଗ୍ରହଣ କରିଥଲେ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର ସାହୁ ଗତ ୪ ତାରିଖ ଦିନ ସକାଳେ ଭବାନୀ ପାଟଣା ରୁ କୁସୁମଦର ଗାଁକୁ ବାଇକରେ ଯିବାବେଳେ କୁଲିଆମାଲ ନିକଟରେ ଏକ ପିକଅପ ତାଙ୍କୁ ସାମ୍ନାରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ଘଟିଥିଲା।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
