December 21, 2025
Home » ହୋଟେଲରୁ ଦେହଜୀବୀ ଧରାପଡିଲା ମାଲିକ ଗିରଫ ସହିତ ହୋଟେଲ ସିଲ୍

ହୋଟେଲରୁ ଦେହଜୀବୀ ଧରାପଡିଲା ମାଲିକ ଗିରଫ ସହିତ ହୋଟେଲ ସିଲ୍

0
1000832009
ନୟାଗଡ଼ରେ ଯେଉଁ ଦେହ ବେପାର ଚାଲିଥିବା କଥା ଶୁଣିବାକୁ ମିଳୁଥିଲା ,ଆଜି ସତ୍ୟ ଖବର ଜଣାପଡିଛି ।ନୟାଗଡର ବିଭିନ୍ନ ହୋଟେଲରେ ଏସଡିପିଓ ଜ୍ୟୋତିରଂଜନ ସାମନ୍ତରାୟଙ୍କ ନେତୃତ୍ୱରେ ନୟାଗଡ ଟାଉନ ଥାନା, ଇଟାମାଟି ଥାନା ଓ ସଦର ଥାନା ପୋଲିସ ଅଚାନକ ଚଢାଉ କରିଥିଲେ, ଏସପି ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ।
ପ୍ରତାପ ପ୍ରସାଦ ଲାଠିପଡା ରାସ୍ତାରେ ଥିବା ଦୀପକ ହୋଟେଲ ଓ ଲଜରେ ଅଚାନକ ଚଢାଉ ବେଳେ, ଗରାଖ କୌଶଳ କ୍ରମେ ଚମ୍ପଟ ମାରିଥିଲା କିନ୍ତୁ କୁହାଯାଉଥିବା ଦେହଜୀବୀ ମହିଳା ପୋଲିସ ହାତରେ ଧରାପଡ଼ିଥିଲା ।ହୋଟେଲ ମାଲିକ ସୁଦର୍ଶନ ନନ୍ଦକୁ ଗିରଫ ହୋଇ ଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ କୋର୍ଟ ଚାଲାଣ କରାଯାଇଛି।
ଧରାପଡ଼ିଥିବା ମହିଳାକୁ ଷ୍ଟେହୋମରେ ରଖାଯାଇଛି ।ଚଢାଉ ବେଳେ ଆପତ୍ତିଜନକ ବ୍ୟବହୃତ ଓ ଅବ୍ୟବହୃତ କଣ୍ଡୋମ୍ ସହିତ ଅନ୍ୟ ଜିନିଷ ମିଳିଥିଲା ।ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀପକ ହୋଟେଲକୁ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ରାଜେଶ କେଶରୀ ସ୍ବାଇଁ ଉପସ୍ଥିତିରେ ଇଟାମାଟି ପୋଲିସ ସିଲ୍ କରିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *