December 22, 2024
Home » ଜିଲ୍ଲା ସ୍ତରୀୟ ବିକାଶ ମେଳା – ୨୦୨୪ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ବିକାଶ ମେଳା – ୨୦୨୪ ଅନୁଷ୍ଠିତ

0

 

ରାୟଗଡ଼ା ସହରର ସ୍ଥାନୀୟ ରେଳବାଇ ଖେଳ ପଡିଆ ଠାରେ ତା: ୨୦.୦୯.୨୦୨୪ ରିଖ ପୂର୍ବାହ୍ନ ଘ:୧୧.୦୦ଟିକା ସମୟରେ ଜିଲ୍ଲା ସ୍ତରୀୟ ବିକାଶ ମେଳା – ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜନ ସମାବେଶ,ଉନ୍ନୟନ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଅଭିମୁଖୀ ଯୋଜନା ଗୁଡିକର ବହୁବିଧ କଲ୍ୟାଣକାରୀ ଦିଗ ଗୁଡିକ ସଂକ୍ରାନ୍ତରେ ଶିକ୍ଷା ଓ ସଂଚାର ଭିଭିକ ସଚେତନତା ସୃଷ୍ଟି କରିବା ପାଇଁ ଏବଂ ସରକାରଙ୍କୁ ଲୋକଙ୍କର ନିକଟତର କରିବା ହିଁ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ବିକାଶ ମେଳାଟି ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଓଡ଼ିଶା ସରକାର ଶ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇ ପ୍ରଥମେ ବିକାଶ ମେଳାରେ ପ୍ରଦର୍ଶିତ ୧୨ଟି ଷ୍ଟଲ ପ୍ରଦର୍ଶନୀ ଉଦଘାଟନ କରିବା ପରେ ମଞ୍ଚସ୍ଥଳି ପହଞ୍ଚିଥିଲେ।

ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚାସିନ ହୋଇଥିଲେ । ମଞ୍ଚାସିନ ପୂର୍ବରୁ ତ୍ରୀଦେବ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ତାପରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ସହ ସମ୍ମାନିତ ଅତିଥି ଶ୍ରୀମତୀ ପାରୁଲ ପଟାୱରୀ, ଜିଲ୍ଲାପାଳ, ରାୟଗଡ଼,ଶ୍ରୀଯୁକ୍ତ ହରିଶା ବି ସି, ରାୟଗଡ଼ ଆରକ୍ଷୀ ଅଧୀକ୍ଷକ, ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ ରାୟଗଡ଼, ଶ୍ରୀଯୁକ୍ତ ନୀହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାୟଗଡ଼,ଶ୍ରୀମତୀ କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ଉପ-ଜିଲ୍ଲାପାଳ, ରାୟଗଡ଼,ସୁଶ୍ରୀ କିରଣଦୀପ କୌର ସହୋଟା, ଉପ-ଜିଲ୍ଲାପାଳ, ଗୁଣୁପୁର ମଞ୍ଚାସିନ ହୋଇ ଥିଲେ । ଅତିଥ୍ୟାବୃନ୍ଦଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପାରେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପରେ ମୁଖ୍ୟ ଅତିଥ୍ ଓ ବରେଣ୍ୟ ଅତିଥିବୃନ୍ଦଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ତାପରେ ସମ୍ମାନିତ ଅତିଥି ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସ୍ବାଗତ ଭାଷଣ ପ୍ରଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ନିଜ ଉଦବୋଧନରେ କହିଥିଲେ । ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସହ ବିଜେପି ସରକାରଙ୍କ ୧୦୦ଦିନ ସଫଳ ପୂର୍ବକ ସମ୍ପନ୍ନ ନେଇ ନିଜ ଅଭିଭାଷଣରେ କହିଥିଲେ । ଏଥିସହ ଜଙ୍ଗଲ ବିଭାଗ ଓ ଶ୍ରମ ବିଭାଗର ବିଭିନ୍ନ ଯୋଜନା ସହ କଣ କଣ ଉପକାରିତା, ଉପଯୋଗୀତା ରହିଛି ତାହା ନେଇ ପୁଙ୍କନାପୁଙ୍ଖନ୍ ଭାବେ ବୁଝେଇ କହିଥିଲେ । ଉକ୍ତ ମେଳାରେ ଜିଲ୍ଲାର ବିଭିନ୍ନ ସ୍ଥାନର ଛଅ ହଜାର ମହିଳା ସମାଗମ ହୋଇଥିଲେ । ଏହାପରେ ପ୍ରଥମେ ପାଞ୍ଚ ହଜାର ଟଙ୍କା ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ମୁଖ୍ୟ ଅତିଥ୍‌ଙ୍କ ଦ୍ବାରା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀମାନଙ୍କ ସକାଶେ ମୃତକାଳୀନ, ବିବାହ ପାଇଁ, ଶିକ୍ଷା ପାଇଁ ସହାୟତା ରାଶି ପ୍ରଦାନ କରିବା ସହ ଲେବୋର କାର୍ଡ ପ୍ରଦାନ କରିଥିଲେ । ତାପରେ ସରକାରଙ୍କ ଦ୍ବାରା ପ୍ରଣୀତ ପ୍ରମୁଖ ଯୋଜନା ପର୍ଯ୍ୟବେସିତ ଦୃଶ୍ୟ-ଶ୍ରାବ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଉକ୍ତ ବିକାଶ ମେଳା ଆସନ୍ତା ତା ୨୦.୦୯.୨୦୨୪ ରୁ ୨୨.୦୯.୨୦୨୪ ରିଖ ପର୍ଯନ୍ତ ତିନି ଦିନ ଧରି ଆୟୋଜିତ ହେବ । ତାପରେ ସ୍ଥାନୀୟ କଳାକାର ତ୍ରିଲୋଚନ ସାହୁ ଏବଂ ଦଳ, ରାୟଗଡ଼ ଦ୍ଵାରା ଓଡିଶୀ ନୃତ୍ୟ, ଚାଟିକଣା ଡ଼ଙ୍ଗରିଆ କାନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ଡ଼ଙ୍ଗରିଆ ନୃତ୍ୟ,ପ୍ରିନ୍ସ ଡାକ୍ସ ଦଳ, ରାୟଗଡ଼ ଦ୍ୱାରା ଲୋକ ନୃତ୍ୟ ,ସନ୍ତୋଷ ବଛା ଏବଂ ଦଳ, କଲ୍ୟାଣସିଂହପୁର ଦ୍ୱାରା କୁଇ ନୃତ୍ୟ,ସରୋଜା ପାତ୍ର ଏବଂ ଦଳ, କୁଟ୍ରାଗଡ ଦ୍ୱାରା ସମ୍ବଲପୁରୀ ନୃତ୍ୟ,ପାଇଥନ ଗମାଙ୍ଗ ଏବଂ ଦଳ, ପୁଟାସିଂ ଦ୍ଵାରା ଲାଞ୍ଜିଆ ସଉରା ନୃତ୍ୟ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପରିଶେଷରେ ଉପ-ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ଼ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ ସହ ସମାବେଶ ସମାପ୍ତି ହୋଇଥିଲା ।

Leave a Reply

Your email address will not be published. Required fields are marked *