ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନକୁ ତୁରନ୍ତ ପୁନର୍ଗଠନ କରାଯାଉ
ଉତ୍କଳ ବିକାଶ ପରିଷଦର ୨୭ତମ ବୈଠକରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ
ଭୁବନେଶ୍ବର : ଭୁବନେଶ୍ବର ବୁଦ୍ଧ ମନ୍ଦିର ସଭାଗୃହରେ ଉତ୍କଳ ବିକାଶ ପରିଷଦର ୨୭ତମ ବୈଠକ ଅନୁଷ୍ଟିତ ହୋଇ ଯାଇଛି I ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସଭ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଅର୍ଦ୍ଧ ବାର୍ଷିକ ପରିଷଦ ବୈଠକରେ ସଭାପତିତ୍ବ କରିଥିଲେ ପରିଷଦର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ନଟବର ଖୁଣ୍ଟିଆ Iସ୍ବାଧିନତା ପୂର୍ବରୁ ଖଣ୍ଡାୟତ ସମାଜର ନେତୃତ୍ବ ନେଇଥିବା ଯଦୁମଣି ମଙ୍ଗରାଜ ଏବଂ କାଶିନାଥ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରି କିଭଳି ସେମାନେ ନାୟକ ପତ୍ରିକା ମାଧ୍ୟମରେ ସ୍ବାଧିନତା ସଂଗ୍ରାମରେ ଓଡିଶାବାସୀଙ୍କୁ ଝାସଦେବାକୁ ପ୍ରେରିତ କରିଥିଲେ, ତାହାର ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ Iପରିଷଦର ମୁଖପତ୍ର ‘ଦୁନ୍ଦୁଭି’ର ସମ୍ପାଦକଡଃ ଶରତ ଚନ୍ଦ୍ର ପରିଡା ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ବାଗର କଲାପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I
ପରିଷଦର ମୁଖପତ୍ର ‘ଦୁନ୍ଦୁଭି’ର ମୁଖ୍ୟ ସମ୍ପାଦକ ଡଃ ଗୋବିନ୍ଦ ଭୁୟାଁ ନିଜର ଅଭିଭାଷଣ ରଖିବା ପୂର୍ବରୁ ମୁଖପତ୍ର ଉନ୍ମୋଚନ କରାଯାଇଥିଲା I ସେ କହିଥିଲେ ଯେ, ରାଜନୀତିର ଲକ୍ଷ ଲୋକ କଲ୍ୟାଣ ହୋଇଥିଲା ବେଳେ, ସାହିତ୍ୟ ମାନବ ସମ୍ପଦର କଲ୍ୟାଣ ସାଧନ କରିଥାଏ Iପର୍ଯ୍ୟଟନ ବିକାଶ ଉପରେ ପ୍ରଧାନ୍ୟ ଦେଇଥିବା ଏବର୍ଷର ମୁଖପତ୍ର ‘ଦୁନ୍ଦୁଭି’ ଏ ଦିଗରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ I ସମ୍ପାଦକ ଅନିଲ କୁମାର ଦଳାଇ ପରିଷଦର ବିବରଣୀ ପାଠ କରିଥିଲେ I ବରିଷ୍ଠ ଉପସଭାପତି ରୁଷି ଗୁମାନସିଂହ ସମ୍ବିଧାନର ବ୍ୟାଖ୍ୟା କରିବା ସହିତ କିଛିଦିନ ତଳେ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ,ଖଣ୍ଡାୟତମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ଦାୟିତ୍ବ ନେଇଥିବାରୁ ଉତ୍କଳ ବିକାଶ ପରିଷଦ ଅତ୍ଯନ୍ତ ଉତ୍ସାହିତ I ମୁଖ୍ୟବକ୍ତାପ୍ରମୋଦ ଧଳ ସାମ୍ବିଧାନିକ ଅଧିକାର ଏବଂ ଖଣ୍ଡାୟତମାନଙ୍କୁ ଓବିସି ବର୍ଗରେ ସାମିଲ କରିବାର ଆବଶ୍ୟକତା ବିଷୟରେ ଅଭିଭାଷଣ ରଖିଥିଲେ I

ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରଦୀପ ବିଶ୍ବାଳ ନିଜର ଭାଷଣରେ ପର୍ଯ୍ୟଟନ ବିକାଶ କରାଯାଇ ସମୃଦ୍ଧ ଓଡିଶାର ପରିକଳ୍ପନାର ରୂପରେଖ ବର୍ଣ୍ଣନା କରିଥିଲେ I ହୀରକ ତ୍ରିଭୂଜର ଉନ୍ନୟନ, ହୋଟେଲ ସମେତ ଭିତ୍ତିଭୁମୀ ନିର୍ମାଣ ପାଇଁ ଅଧିକ ବଜେଟ୍ ବ୍ୟବସ୍ଥା ପାଇଁ ମତ ରଖିଥିଲେ I ସେ ଯେଉଁ ପ୍ରସ୍ତାବ ଆଗତ କରିଥିଲେ, ଯାହା ସର୍ବ ସମ୍ମତି କ୍ରମେ ପାରିତ ହୋଇଥିଲା I ସେଥିମଧ୍ୟରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓବିସିଙ୍କୁ ନ୍ୟାୟ ଦେବା ପାଇଁ ଆନ୍ତରିକ ଉଦ୍ୟମ କରିଥିବାରୁ ଧନ୍ୟବାଦ ପ୍ରଦାନ, ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନପୁନର୍ଗଠନ କରିବାକୁ ଅନୁରୋଧ ଏବଂ ନୂତନ ପର୍ଯ୍ୟଟନ ନୀତି ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ ଅନ୍ତର୍ଭୁକ୍ତ I
ଭାଜପା ଓବିସି ସେଲର ଅଧ୍ୟକ୍ଷ ସୁରଥ ବିଶ୍ବାଳ ନିଜର ବକ୍ତବ୍ୟରେ ନିରନ୍ତର ପରିଶ୍ରମ, ସରକାରଙ୍କ ଉପରେ ନିରବଛିନ୍ନ ଭାବେ ଚାପ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲା ବେଳେ, ଡଃ କୃଷ୍ଣଚନ୍ଦ୍ର ବଳ ତାତ୍ତ୍ବିକ ବିଶ୍ଲେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I ସେ ଡଃ ଆମ୍ବେଦକର ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ବିଚାର ଉପରେ ନିଜର ବକ୍ତବ୍ୟ ରଖିତିଲେ I ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ନବଘନ ପରିଡ଼ା, ସିମନ୍ତିନୀ ଜେନା, ପବିତ୍ର ମହାରଥା, ଡଃ ରକ୍ଷକ ନାୟକ ତଥା ଯୁବନେତା ମନୋଜ ଜେନା ନିଜର ଅଭିଭାଷଣ ରଖିଥିଲେ I
ସଂକ୍ଷିପ୍ତ ସଭାପତି ଅଭିଭାଷଣରେ ପରିଷଦର ଅଧ୍ୟକ୍ଷ ନଟବର ଖୁଣ୍ଟିଆ ସଦସ୍ୟମାନଙ୍କୁ ଉଦବୋଧନ ଦେଇ କହିଲେ ଯେ,ଶିକ୍ଷା, ଶୃଙ୍ଖଳା , ସୌଜନ୍ୟ ଓ ସହଭାଗିତା ଆମର ଧେୟ ହେଉ। ତାହା ହେଲେ, ଆମର ନିଶ୍ଚିତ ବିଜୟ ସମ୍ଭବ ହେବ I କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ସୌଦାମିନୀ ସାମନ୍ତରାୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପରିଷଦର ଉପଦେଷ୍ଟା ସୁବାସ ଚନ୍ଦ୍ର ଜେନା I
