ପୁରୀରୁ ବେଆଇନ କଫ୍ ସିରପ ଜବତ
ପୁରୀରୁ ବେଆଇନ କଫ୍ ସିରପ ଜବତ । ବିପୁଳ ପରିମାଣର କଫ୍ ସିରପ ଜବତ କରିଛି ପୁରୀ ପୋଲିସ l ଅବକାଶ ଲେନ ନିକଟରେ ବେଆଇନ ଭାବେ କଫ ସିରଫ ବିକ୍ରି କରାଯାଉଥିଲା। କୁମ୍ଭାରପଡ଼ା ଥାନା ପୋଲିସ ଖବର ପାଇ ବିପୁଳ ମାତ୍ରାରେ ଏହି କଫ ସିରଫକୁ ଜବତ କରିଛି l ବେଆଇନ କଫ ସିରଫ ବିକ୍ରି କରିବା ଅଭିଯୋଗରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ 370 ଟି କଫ ସିରଫ ୨ଟି ମୋବାଇଲ ଫୋନ, ଗୋଟେ ସ୍କୁଟି ଜବତ କରିଛି କୁମ୍ଭାରପଡା ଥାନା ପୋଲିସ l ୨ଜଣ ଅଭିଯୁକ୍ତ ହେଉଛନ୍ତି ଗଜପତି ନଗରର ପ୍ରଭାତ ଜେନା ଓ ଅବକାଶ ଲେନର ପ୍ରତାପ କୁମାର ହାତୀ, ଦୀର୍ଘଦିନ ହେବ ଏହି ୨ ଜଣ ଅଭିଯୁକ୍ତ ବେଆଇନ କଫ ସିରଫ ବିକ୍ରି କରି ଆସୁଥିଲେ ତେବେ କୁମ୍ଭାରପଡା ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କଫ ସିରଫକୁ ଜବତ କରିଥିଲା l ଏହି କଫ ସିରପ କେଉଁଠୁ ଆସୁଥିଲା ଓ କେଉଁଠି ବିକ୍ରି ହେଉଥିଲା ତାହାର ଖୋଲତାଡ଼ ଜାରି ରଖିଛି ପୁରୀ ପୋଲିସ l
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
