December 21, 2024
Home » ବୌଦ୍ଧ ବନଖଣ୍ଡ ପୋଢ଼ହଳ ସରଂକ୍ଷିତ ଜଙ୍ଗଲ ରେ କଲରାପତରିଆ ବାଘ ର ମୃତ୍ୟୁ

ବୌଦ୍ଧ ବନଖଣ୍ଡ ପୋଢ଼ହଳ ସରଂକ୍ଷିତ ଜଙ୍ଗଲ ରେ କଲରାପତରିଆ ବାଘ ର ମୃତ୍ୟୁ

0

 

ବୌଦ୍ଧ ବନ ଖଣ୍ଡ ରେ ବନ୍ୟ ପ୍ରାଣୀ ସୁରକ୍ଷିତ ନୁହନ୍ତି l ବାରମ୍ବାର ବନ୍ୟ ପ୍ରାଣୀ ଙ୍କ ଉପରେ ଶିକାରୀର ଲୋଲୁପ ଦୃଷ୍ଟି ପଡୁଛି l ଫଳରେ ବନ୍ୟ ପ୍ରାଣୀ ବୌଦ୍ଧ ବନଖଣ୍ଡ ରେ ସଂଖ୍ୟା କମିବାରେ ଲାଗିଛି l ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପୋଢ଼ହଳ ସଂରକ୍ଷିତ ଜଙ୍ଗଲ ନାଳ ଭିତରୁ ଗତକାଲି ଅପରାହ୍ନ ସମୟରେ ଏକ କଲରାପତରିଆ ବାଘ ର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ବାଘ ର ଗଳିତ ଶବ କୁ ଜବତ କରିଛି ବୌଦ୍ଧ ବନ ବିଭାଗ l

ମୃତ ବାଘଟି ଆନୁମାନିକ 7 ଦିନରୁ ଉର୍ଦ୍ଧ୍ୱ ହେଲା ନାଳ ଭିତରେ ପଡି ରହିଥିବା ବେଳେ ବନ ବିଭାଗର କିଛି କର୍ମଚାରୀ ପେଟ୍ରୋଲିଙ୍ଗ ଯାଇଥିବା ସମୟରେ ବାଘର ମୃତଦେହ କୁ ଦେଖିବାକୁ ପାଇଥିଲେ l ପରେ ଘଟଣା ସମ୍ପର୍କ ରେ ମାଧପୁର ରେଞ୍ଜର ଖବର ପାଇବା ପରେ ବୌଦ୍ଧ ଡିଏଫଓ ନେତୃତ୍ୱ ରେ ଘଟଣା ସ୍ଥଳକୁ ଆସିଥିବା ସାତକୋଶିଆ ସାଇଣ୍ଟିଫିକ ଟିମ ଅନୁଗୋଳ , ଦକ୍ଷିଣାଞ୍ଚଳ ର ଆରସିସିଏଫ, ଓ ପ୍ରାଣୀ ଚିକିତ୍ସା ଅଧିକାରୀ,ବୌଦ୍ଧ ଡି ଏଫ ଓ ଙ୍କ ସହ ମାଧପୁର ରେଞ୍ଜ ଅଧିକାରୀ, ଘଟଣା ସ୍ଥଳ ରେ ପହଂଚି ମୃତ ବାଘର ଶବ କୁ ଜବତ କରିବାସହ ତାର ନମୁନା ପରୀକ୍ଷା କରିଥିଲେ ଏବଂ ବାଘ ଟି ଅଣ୍ଡିରା କି ମାଇଁ ପ୍ରଜାତିର କୌଣସି ସୂଚନା ମିଳି ପାରି ନାହିଁ l କୌଣସି କାରଣ ବଶତଃ ପ୍ରାକୃତିକ ଘଟଣା ଅନୁଯାୟୀ ବାଘର ମୃତ୍ୟୁ ହୋଇଥିବା ନେଇ ବନ ଅଧିକାରୀ ସୂଚନା ଦେଇଥିଲେ l ଏହି ତଦନ୍ତ କାରୀ ଦଳରେ ସାଇଣ୍ଟିଫିକ ଦଳ,, ଦକ୍ଷିଣାଞ୍ଚଳ ଆର ସି ସି ଏଫ ସଂଜୟ ସ୍ୱାଇଁ,ବୌଦ୍ଧ ଡିଏଫ ଓ ଦେବ ପ୍ରିୟ କମ୍ପ, ମାଧପୁର ରେଞ୍ଜର ଆଶିଷ ଦିଗାଲ, ଫରେଷ୍ଟର ବିଜୟ ସାହୁ, ଗାର୍ଡ ସୁବଳ ପ୍ରଧାନ ଙ୍କ ସହ ଅନନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *