October 22, 2024
Home » ୬୩ ତମ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ଚମ୍ପିୟନସିପ ପାରାଦୀପ ରେ ଉଦଘାଟିତ

୬୩ ତମ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ଚମ୍ପିୟନସିପ ପାରାଦୀପ ରେ ଉଦଘାଟିତ

0

 

ପାରାଦୀପ – ୬୩ ତମ ସିନିୟର ପୁରୁଷ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ଚମ୍ପିୟନସିପ ବୁଧବାର ଅପରାହ୍ନ ରେ ପାରାଦୀପ ବନ୍ଦରର ଗୋପବନ୍ଧୁ ଷ୍ଟାଡିଅମ ଠାରେ ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଅବସରରେ ପାରାଦୀପ ବନ୍ଦର ଟ୍ରାଫିକ ଉପଦେଷ୍ଟା ଆଶିଷ କୁମାର ବୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସପ୍ତାହ ବ୍ୟାପି ଏହି କ୍ରୀଡାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଫୁଟବଲ ଆସୋସିଏସନ ର ସମ୍ପାଦକ ଆଶୀର୍ବାଦ ବେହେରା, ଇଫକୋ ପାରାଦୀପ ୟୁନିଟ ମୁଖ୍ୟ କେ.ଜେ.ପଟେଲ, ପାରାଦୀପ ବନ୍ଦର କ୍ରୀଡା ପରିଷଦ ର ସଭାପତି ଡି.ଏନ.ସୋନ୍ଧି, କାର୍ଯ୍ୟକାରୀ ସଭାପତି ଡା. ଦୁର୍ଗା ପ୍ରସାଦ ସେଠୀ, ସମ୍ପାଦକ ରଞ୍ଜନ ରଶ୍ମି ବେଉରା,ଫୁଟବଲ କୋଚ ରବି ଦାସ ଙ୍କ ସମେତ ଓଡିଶା ଫୁଟବଲ ଆସୋସିଏସନ ର କାର୍ଯ୍ୟକର୍ତ୍ତା ଏବଂ ପାରାଦୀପ ବନ୍ଦରର ଉଚ୍ଚ ପଦସ୍ତ ଅଧିକାରୀ ମାନେ ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ l ଏହି ଚମ୍ପିୟନସିପ ରେ କଟକ, ଗଞ୍ଜାମ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ପାରାଦୀପ, କେନ୍ଦ୍ରାପଡ଼ା ସମେତ ଆଠ ଟି ଫୁଟବଲ ଜିଲ୍ଲା ଅଂଶଗ୍ରହଣ କରୁଛନ୍ତି l ତେବେ ପ୍ରଥମ ଉଦଘାଟନୀ ଦିବସରେ ବର୍ଷା ହେତୁ ଖେଳ କାଲି ପାଇଁ ସ୍ଥଗିତ ରହିଛି l

Leave a Reply

Your email address will not be published. Required fields are marked *