କମିଶନରେଟ ପୋଲିସ ତରଫରୁ ରକ୍ତଦାନ ଶିବିର କମିଶନରେଟ ପୋଲିସ ତରଫରୁ ରକ୍ତଦାନ ଶିବିର
କମିଶନରେଟ ପୋଲିସ ରେଡକ୍ରସ୍ ଓ ଜାଭିୟର ବିଶ୍ୱବିଦ୍ୟାଳୟର ଏନ.ଏସ.ଏସ ତରଫରୁ ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରାଯାଛି ଯାହାକୁ ଦୈତ୍ୟ ନଗରୀର ପୋଲିସ କମିଶନର ଦେବ ଦତ୍ତ ସିଂହ ଉଦଘାଟନ କରିଥିଲେ ଏହି ଅବସରରେ ତାଙ୍କ ସହ ଅତିରିକ୍ତ ଉପ ପୋଲିସ୍ କମିଶନର ଶ୍ରୀ ମାନସ ଗଡ଼ନାୟକ, ଅଭିନେତା ଓ ସମାଜ ବିଜ୍ଞାନୀ ତଥା ରେଡକ୍ରସ୍ ଏକ୍ସକ୍ୟୁଟିଭ ସଭ୍ୟ ଡଃ.ରୁଷି ପଟ୍ଟନାୟକ ଓ ଦିଲୀପ ଦାସ ଶର୍ମା, ଜାଭିୟର ବିଶ୍ୱବିଦ୍ୟାଳୟର ରେଜିଷ୍ଟର,ଏନ.ଏସ.ଏସ ର ପ୍ରୋଗ୍ରାଗ କୋଡ଼ିନେଟର ସିଦ୍ଧାର୍ଥ ମିଶ୍ର ,ଜଟଣୀ ଥାନା ଆଇ.ଆଇ.ସି ଶ୍ରୀ ଷ୍ଟାଲିନ ବିଶ୍ବାଳ, ଏସଆଇ ଶିବାନୀ ନନ୍ଦ ଉପସ୍ଥିତ ଥିଲେ।

ଅପରାହ୍ନରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଜୀବନ ଜିନ୍ଦାବାଦ ଓ ସାଇବର କ୍ରାଇମ ସଚେତନତା କାର୍ଯୟକ୍ରମ ଅୟୋଜନ କରାଯାଇଥିଲା ଏହି ବୈଠକରେ ଦୈତ୍ୟ ନଗରୀ ଅତିରିକ୍ତ ପୋଲିସ କମଶନର ଶ୍ରୀ ନରସିଂହ ଭୋଳ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଉପ ପୋଲିସ୍ କମିଶନର ଶ୍ରୀ ମାନସ ଗଡ଼ନାୟକ, ଅଭିନେତା ଓ ସମାଜ ବିଜ୍ଞାନୀ ତଥା ରେଡକ୍ରସ୍ ଏକ୍ସକ୍ୟୁଟିଭ ସଭ୍ୟ ଡଃ.ରୁଷି ପଟ୍ଟନାୟକ ଓ ଦିଲୀପ ଦାସ ଶର୍ମା, ଜାଭିୟର ବିଶ୍ୱବିଦ୍ୟାଳୟର ,ଏନ.ଏସ.ଏସ ର ପ୍ରୋଗ୍ରାଗ କୋଡ଼ିନେଟର ସିଦ୍ଧାର୍ଥ ମିଶ୍ର ଉପସ୍ଥିତ ଥିଲେ । ଏହି ଉତ୍ସବ ରେ ଜଟଣୀ ଥାନା ଆଇ.ଆଇ.ସି ଶ୍ରୀ ଷ୍ଟାଲିନ ବିଶ୍ବାଳ, ଏସଆଇ ଶିବାନୀ ନନ୍ଦ ମଧ୍ୟ ଯୋଗ ଦେଇଥିଲି । ଏହି ତିନୋଟି ଯାକ କାର୍ଯ୍ୟକ୍ରମ କୁ ବିଶ୍ଵବିଦ୍ୟାଳୟ ପରିସରରେ ଏନ ଏସ ଏସ ବିଭାଗର ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପରିଚାଳିତ ହେଉଛି।
