February 10, 2026
Home » ଧର୍ମଗଡ଼ ରେ ଯୁବକଙ୍କୁ ହତ୍ୟା ଅଭିଯୋଗ।

ଧର୍ମଗଡ଼ ରେ ଯୁବକଙ୍କୁ ହତ୍ୟା ଅଭିଯୋଗ।

0
WhatsApp Image 2026-02-10 at 1.57.49 PM (1)

ଦୁଇ ଜଣଙ୍କୁ ଅଟକ ରଖି ପୁଲିସ ର ତଦନ୍ତ ଜାରୀ….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କେବିଡି ବାଗମାରୁ ପଡା ରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ବାଗମାରୁ ପଡା ର ମୋହନ ହଂସ ଙ୍କ ପୁଅ ସନ୍ତୋଷ ହଂସ।

ସୋମବାର ରାତ୍ର ସମୟରେ ମୋହନ ନିକଟସ୍ଥ ଦୋକାନ କୁ ଅଣ୍ଡା କିଣିବାକୁ ଯାଇଥିବା ଘରକୁ ଫେରିବା ବିଳମ୍ବ ହେବାରୁ ମୋହନ ଙ୍କ ଭଉଣୀ ନିଜ ଭାଇ କୁ ଖୋଜି ବାକୁ ଯାଇଥିବା ବେଳେ ବାଗମାରୁ ପଡା କେନାଲ ହୁଡ଼ା ରେ ନିଜ ଭାଇ ର ମୃତ ଦେହ ପଡିରହିଥିବା ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବାରୁ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଛି। ଏ ସଂକ୍ରାନ୍ତ ରେ ବାପା ମୋହନ ହଂସ ଧର୍ମଗଡ ଥାନା ରେ ଏତଲା ଦେଇଥିବା ବେଳେ ପୁଲିସ ଦୁଇଜଣ ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *