September 20, 2026
Home » ଚୋରି ବେଳେ ଘଟିଲା ଅଲୌକିକ ଘଟଣା : ଦୈବୀଶକ୍ତି ଯୋଗୁଁ ସେଠାରେ ପଡ଼ି ରହିଲା ଦୁର୍ବୃତ୍ତ

ଚୋରି ବେଳେ ଘଟିଲା ଅଲୌକିକ ଘଟଣା : ଦୈବୀଶକ୍ତି ଯୋଗୁଁ ସେଠାରେ ପଡ଼ି ରହିଲା ଦୁର୍ବୃତ୍ତ

0
WhatsApp Image 2026-09-20 at 2.12.28 PM

ସୁବର୍ଣ୍ଣପୁର:ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ ତଥା ମନ୍ଦିର ମାଳିନୀ ସୋନପୁର ସହରରେ ଘଟିଛି ଏକ ଅଲୌକିକ ଘଟଣା। ଗତକାଲି ରାତି ସହର ର ଡେଲି ମାର୍କେଟ ଠାରେ ଥିବା ଖମ୍ବେଶ୍ୱରୀ ମନ୍ଦିରକୁ ଜଣେ ଯୁବକ ଚୋରି କରିବାକୁ ଯାଇ ଗିରଫ ହୋଇଛି । ସେପଟେ ଜନସାଧାରଣ ରେ ଚର୍ଚ୍ଚା ଶକ୍ତି ପୀଠର ଶକ୍ତି ଦେଖାଇଛନ୍ତି ମା ଖମ୍ବେଶ୍ୱରୀ ତଥା ଅଷ୍ଟଚଣ୍ଡୀ । ଚୋର କୁ ଦୈବୀଶକ୍ତିରେ ବାନ୍ଧି ଧରାଇ ଦେଇଛନ୍ତି ସ୍ୱୟଂ ମା ଖମ୍ବେଶ୍ୱରୀ । ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ରାତିରେ ଖମ୍ବେଶ୍ୱରୀ ମନ୍ଦିରରୁ ଘଣ୍ଟି, ଆଳତୀ ଇତ୍ୟାଦି ପିତ୍ତଳ ସାମଗ୍ରୀ କିଛି ଚୋରି ଉଦ୍ୟମ କଲାବେଳେ ଜଣେ ବାରବୁଲା ଦୁର୍ବୁତ୍ତର ହଠାତ୍ ଗୋଡ ହାତ ସେଠାରେ ହିଁ ପଡ଼ିଗଲା ଆଉ ଉଠି ନ ପାରି ସେଠି ହିଁ ନିସ୍ତେଜ ହୋଇ ପଡ଼ିରହିଥିଲା। ଭୋର୍ ସମୟରେ ପୂଜକ ମନ୍ଦିରକୁ ଆସି ଏହା ଦେଖି ମନ୍ଦିର କମିଟିକୁ ଖବର ଦେଇ ମନ୍ଦିର ଖୋଲିଲା ବେଳେ ପୂଜକ ଓ କମିଟି ସଦସ୍ୟଙ୍କୁ ପଥର ଟେକା ଲୁହା ଛଡ଼ ମାରି ଉନ୍ମୁକ୍ତ କାଣ୍ଡ ଭିଆଇଥିଲା ଉକ୍ତ ଦୁର୍ବୃତ୍ତ। ପରେ ପୋଲିସ ଆସି ଚୋରକୁ କାବୁ କରି ଥାନାରେ ଅଟକ ରଖିଥିଲା। ଆଉ କିଛିଦିନ ପରେ ଏହି ମନ୍ଦିର ରେ ମହାବଳି ଯାତ୍ରା ଅନୁଷ୍ଠିତ ହେବ।

ଦେବୋତ୍ତର ସଭ୍ୟ ବୈକୁଣ୍ଠ ଶତପଥୀ ଏବଂ ମନ୍ଦିର କମିଟି ପକ୍ଷରୁ ମଧୁ ମେହେର, କାଉନସିଲର ରାଜୁ ରାଓ ଙ୍କ ସହ ଅନ୍ୟ ମାନେ ସୋନପୁର ସଦର ଥାନାରେ ମାମଲା ରୁଜୁ ପରେ ପୋଲିସ ତଦନ୍ତ କରିଛି । କିଛି ବର୍ଷ ପୂର୍ବରୁ ମଧ୍ୟ ବଳିଯାତ୍ରା ସମୟରେ ସମଲେଶ୍ୱରୀ ମନ୍ଦିର ଠାରେ ଜଣେ ସେବାୟତ ଙ୍କୁ ବ୍ୟକ୍ତିଗତ ଶତ୍ରୁତା କାରଣରୁ ହତ୍ୟାକାଣ୍ଡ ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ରାଉରକେଲା ଅଞ୍ଚଳର ନାଗେଶ୍ୱର ରାଓ ଫେରାର ମାରିବାକୁ ଯାଇ ସହରର ଗୋକର୍ଣ୍ଣେଶ୍ୱର୍ ମନ୍ଦିର ପରିସର ରେ ଥିବା ମା ରାମଚଣ୍ଡୀ ମନ୍ଦିର ରେ ଦୈବୀଶକ୍ତିର କୋପ ରେ ବାନ୍ଧି ହୋଇ ସେଠାରୁ ସକାଳୁ ପୋଲିସ ଦ୍ୱାରା ଗିରଫ ହୋଇଥିଲା ଏବଂ ପରେ କାରାଦଣ୍ଡ ଭୋଗୁଥିବା ବେଳେ ରକ୍ତ ବାନ୍ତି କରିବା ସହ ଜେଲ ରେ ମୃତ୍ୟୁ ବରଣ କରିଥିଲେ । ସେପଟେ ଚୋରକୁ ଅଧିକ ପଚରାଉଚୁରା ସହ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଯାଦବ ବାଗ ପ୍ରକାଶ କରିଛନ୍ତି । ବାହାର ରାଜ୍ୟର ବାରବୁଲା ସମ୍ପ୍ରଦାୟ ସହରରେ ରହି ବିଭିନ୍ନ ପ୍ରକାର ଚୋରି କରୁଥିବା ବିଷୟ ସାମ୍ବାଦିକ ଙ୍କ ପ୍ରଶ୍ନ କୁ ନେଇ ଆଇଆଇସି ଯାଦବ ବାଗ କହିଥିଲେ ଯେ ପୋଲିସ ଏହି ବିଷୟରେ ଅବଗତ ଅଛି ଓ ସେମାନଙ୍କୁ କିଛି ଦିନ ପୂର୍ବରୁ ସହର ରୁ ବାହାର କରିଦିଆଯାଇଥିବା ବେଳେ ପୁଣି ଦିନେ ଦୁଇଦିନ ହେବ ଆସିଛନ୍ତି l ତାଙ୍କୁ ମଧ୍ୟ ଖୁବ୍ ଶୀଘ୍ର ବାହାର କରାଯିବ ବୋଲି କହିଛନ୍ତି l ସେପଟେ ସୋନପୁର ସହର ଭଳି ଶାନ୍ତପ୍ରିୟ ସହରକୁ ବହୁ ବର୍ଷରୁ ଆସୁଥିବା ଅନୁପ୍ରବେଶକାରୀ ବା ଶରଣାର୍ଥୀ ମାନଙ୍କୁ ଚିହ୍ନଟ କରି ତାଙ୍କ ଉପରେ କଡ଼ା ନଜର ରଖି ଲୋକଙ୍କୁ ସୁରକ୍ଷା ଦେବାକୁ ବରିଷ୍ଠ ନାଗରିକ, ସାମ୍ୱାଦିକ, ବୁଦ୍ଧିଜୀବି ପକ୍ଷରୁ ବାରମ୍ବାର ଦାବୀ କରାଯିବା ସତ୍ତ୍ବେ ଜିଲ୍ଲା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କେବଳ ଗଞ୍ଜେଇ ଚୋରା ଚାଲାଣ” ଧରପଗଡରେ ବ୍ୟସ୍ତ ରହୁଥିବା ଅଭିଯୋଗ ନେଇ ସହରବାସୀ ତଥା ବୁଦ୍ଧିଜୀବି ଦୃଢ଼ ନିନ୍ଦା କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *