ପଣ୍ଡରା ମାଳି ସମାଜ ମହାକେନ୍ଦ୍ର ର ନୂତନ କମିଟି ଗଠନ
ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ମହାକେନ୍ଦ୍ର, ପଣ୍ଡରା ମାଳି ସମାଜ ର ନୂତନ କମିଟି ସ୍ଥାନୀୟ ସାହା ଗେଷ୍ଟ ହାଉସ୍ ରେ ଗଠନ ହୋଇଯାଇଛି । ଏଥିପାଇଁ ମନୋନୟନ ଅଧିକାରୀ ଭାବରେ ପ୍ରେମାନନ୍ଦ ବିଶି , ଅଶ୍ଵିନୀ ବିଶି ଓ ଶିବରାମ ସାହୁ ଙ୍କ ତତ୍ୱାବଧାନ ରେ ଉକ୍ତ ନୂତନ କମିଟି ଗଠନ କରାଯାଇଅଛି । ରଞ୍ଜନ କୁମାର ମହଲା -ସଭାପତି , ପଙ୍କଜ ଖମାରୀ-ଉପସଭାପତି, ପରୀକ୍ଷ ସା- ସଂପାଦକ, ଈଶ୍ୱର ବିଶି- ସହ – ସଂପାଦକ , କୁବେର ସା- କୋଷାଧ୍ୟକ୍ଷ ଓ ଉପଦେଷ୍ଟା ମଣ୍ଡଳୀରେ ସର୍ବଶ୍ରୀ ବୃନ୍ଦାବନ ସା, ବୈବସୂତ ଚୌହାନ, ବିପିନ ବିହାରୀ ଖମାରୀ, ପଞ୍ଚୁ ସାହୁ, ବିଷ୍ଣୁ ଚରଣ ମହଲା ଓ ସମୀକ୍ଷକ ଭବେ ସୀତାରାମ ଭୋଇ ଓ ନାଥ ସା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଉପକେନ୍ଦ୍ର କର୍ମକର୍ତ୍ତା ଉପସ୍ଥିତ ରହି ମନୋନୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଡୁମୁରି ଉପକେନ୍ଦ୍ରର ସଭାପତି ଶ୍ରୀଯୁକ୍ତ ପ୍ରିୟବ୍ରତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସେହିପରି ସୁବର୍ଣ୍ଣପୁର ଉପକେନ୍ଦ୍ର ପଣ୍ଡରାମାଳି ସମାଜର ନୂତନ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇ ସଭାପତି ଭାବରେ ରାମଶଙ୍କର ଖମାରୀ, ଉପ- ସଭାପତି -ମନୋରଞ୍ଜନ ନାଏକ,ସମ୍ପାଦକ – ମହାଦେବ ମଲ୍ଲିକ,ସହ -ସମ୍ପାଦକ,ଇଶ୍ଵର ବିଶି, କୋଷାଧ୍ୟକ୍ଷ ଶଙ୍କର ବିଶି , ଉପଦେଷ୍ଟା ଭାବରେ ଶିବରାମ ସାହୁ ଓ ସମୀକ୍ଷକ ଭାବରେ ସୀତାରାମ ଭୋଇ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
