February 10, 2026
Home » ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ ଦ୍ଵାରା ୧୨ ଗୋଟି ଭିକ୍ଷା ବୃତ୍ତି ଶିଶୁ ଏବଂ ରାସ୍ତା କଡର ବାରବୁଲା ଶିଶୁ ଉଦ୍ଧାର l

ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ ଦ୍ଵାରା ୧୨ ଗୋଟି ଭିକ୍ଷା ବୃତ୍ତି ଶିଶୁ ଏବଂ ରାସ୍ତା କଡର ବାରବୁଲା ଶିଶୁ ଉଦ୍ଧାର l

0
WhatsApp Image 2026-02-10 at 1.50.23 PM (1)

ସୁବର୍ଣ୍ଣପୁର — ମଙ୍ଗଳବାର ସକାଳ ପ୍ରାୟ ୯ ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ ର ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ ହୋଇ ସୋନପୁର ଟାଉନ ର ପ୍ରତ୍ୟେକ ଜନ ଗହଳି ପୂର୍ଣ୍ଣ ସ୍ଥାନ କୁ ଯାଇ ୧୨ ଗୋଟି ଶିଶୁ ଙ୍କୁ ଉଦ୍ଧାର କରାଯାଇ ଶିଶୁ କଲ୍ୟାଣ ସମିତି ରେ ଉପସ୍ଥାପନା କରାଯାଇଥିଲା । ଉପସ୍ଥାପନା ପରେ ସମସ୍ତ ଶିଶୁ ମାନଙ୍କୁ ଗୋଟେ ଗୋଟେ କିଟ୍ ଏବଂ ଗୋଟେ ଗୋଟେ ଡ୍ରେସ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟ ରେ ସୁଜିତ୍ ମିଶ୍ର ଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, କାଉନସିଲର ସୁଧୀର କୁମାର ଦାସ, କାଉନସିଲର ପ୍ରଶାନ୍ତ ମହାକୁଡ, ସୁପରଭାଉଜର ଧର୍ମେନ୍ଦ୍ର ଦାସ, ସୁପରଭାଉଜର ରୋଜି ସା,ଚାଇଲ୍ଡ ହେଲ୍ପ ଲାଇନ, ଶିଶୁକଲ୍ୟାଣ ସମିତିର ଅଧ୍ୟ lକ୍ଷ ଶଙ୍କର୍ଷଣ ପଣ୍ଡା , ସଦସ୍ୟ ଶାନ୍ତନୁ କର୍ଣ୍ଣ ଏବଂ ହେମନ୍ତ ଶା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସହଯୋଗ କରିଥିଲେ।  ଆଜିର ଶିଶୁ କାଲିର ନାଗରିକ କୁ ଆଖିରେ ରଖି ଶିଶୁ ମାନେ କେମିତି ଭିକ୍ଷା ବୃତ୍ତି ନ କରି ପାଠ ପଢ଼ି ଜିଲ୍ଲାର,ରାଜ୍ୟର ତଥା ଦେଶର ନା ରଖିବେ ତାଙ୍କ ପ୍ରତି ଧ୍ୟାନ ଦିଆଯିବା କଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଜିତ୍ କୁମାର ମିଶ୍ର ସୂଚନା ଦେଇଛନ୍ତି

l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *