ମାୟାବର୍ହା ହାଇସ୍କୁଲରେ ଜାତୀୟ କୃମି ନାଶକ ଦିବସ ପାଳିତ
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ଜାତୀୟ କୃମି ନାଶକ ଦିବସ ପାଳନ ଅବସରରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ସହ କୃମିନାଶକ ଦିବସ ବିଷୟରେ ଧାରଣା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ. ଦୈତ୍ୟନାରୟଣ ପାଢ଼ୀ ଯୋଗଦାନ କରି କୃମି ମୁକ୍ତ ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ଟୀକା କରଣ କାର୍ଯ୍ୟ କର୍ତ୍ତା ସନ୍ତୋଷ ସାହୁ ଏହି ଅବସରରେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ କୃମି ନାଶକ ବଟିକା ଖାଇବାର ବିଧି,ଆବଶ୍ୟକତା ଓ ଉପକାରିତା ବିଷୟରେ ବୁଝାଇଥିଲେ। ଏହି ଅବସରରେ ଅତିଥି ଶିକ୍ଷକ ମନୋଜ କୁମାର ପୁଝାରୀ, ସମ୍ପଦ ଖମାରୀ , ରାଜୁ ମେହେର ଓ ଚିନ୍ମୟ କୁମାର ଦାସ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ , କିରଣ କୁମାର ପଟେଲ , ସମୀର କଠାର ପ୍ରଭୁତି ସହଯୋଗ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
