April 22, 2026
Home » ସୁବର୍ଣ୍ଣପୁର ରେ ରଥ କାଠ ଅନୁକୂଳ : ତିନି ଠାକୁର ଙ୍କ ନୂଆ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ l

ସୁବର୍ଣ୍ଣପୁର ରେ ରଥ କାଠ ଅନୁକୂଳ : ତିନି ଠାକୁର ଙ୍କ ନୂଆ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ l

0
WhatsApp Image 2026-04-20 at 5.34.56 PM (1)

ସୁବର୍ଣ୍ଣପୁର —ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟା ଦିନ ସୁବର୍ଣ୍ଣପୁର ରଥ ଖଳା ଠାରେ ଜଗନ୍ନାଥ ଙ୍କ ରଥକାଠ ଅନୁକୂଳ ହୋଇ ଯାଇଛି। ସୋନପୁର ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲାପାଳ ଡ଼.ସୌମ୍ୟାରୂପା ରଥ ଙ୍କ ତତ୍ତ୍ଵାବଧାନରେ ରଥଖଳା ଠାରେ ରଥକାଠ କୁ ରୀତିନୀତି ସହ ପୂଜାର୍ଚ୍ଚନା କରାଯାଇଥିଲା। ଦେବୋତ୍ତର ମ୍ୟାନେଜର ଆଲୋକ ମିଶ୍ର,ଦେବୋତ୍ତର କମିଟି ସଦସ୍ୟ ବୈକୁଣ୍ଠ ଶତପଥୀ, ଲଡ଼ୁ କିଶୋର ମଲ୍ଲିକ ଓ ସମସ୍ତ ସଦସ୍ୟ ଙ୍କ ସମେତ ରଥ କାରିଗର ମାନେ ଉପସ୍ଥିତ ଥିଲେ। ସହରର ବଡ଼ ଜଗନ୍ନାଥ ଙ୍କ ପୂଜକ ରାମଗୋପାଳ ପୂଝାରୀ, ପୂଜକ ଶ୍ରୀ ପାଢ଼ୀ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରଦୀପ ପୁରୋହିତ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଦୟାନିଧି ସେଠୀ , ପଦ୍ମଲୋଚନ ମିଶ୍ର, ବୃନ୍ଦାବନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷ ରୁ ନିର୍ମାଣ ହୋଇଥିବା ତିନି ଠାକୁର ଙ୍କ ପୁରୁଣା ରଥ ସବୁ କୁ ଟାଣିବା ବେଳେ ନାନା ଘଟଣା ଦୂର୍ଘଟଣା ଘଟି ଲୋକ ଙ୍କ ଧନ ଜୀବନ ନଷ୍ଟ ହୋଇ ଆସୁଥିଲା ଓ ଦୀର୍ଘ ବର୍ଷ ରୁ ଲୋକ ଙ୍କ ମଧ୍ୟରେ ଖୁବ୍ ଅସନ୍ତୋଷ ଦେଖା ଦେଇଥିଲା l ଚଳିତ ବର୍ଷ ର ନୂଆ ରଥ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଦେବୋତ୍ତର ବିଭାଗ ଅଧିକାରୀ ଡ଼. ସୌମ୍ୟାରୂପା ରଥ ଙ୍କ ତତ୍ୱାବଧାନ ରେ ନୂଆ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ବିଷୟ ଓ ଠିକ ସମୟ ରେ ରଥ କାଠ ଅନୁକୂଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗ କୁ ସହର ର ଭକ୍ତ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବି ମହଲରେ ଖୁବ୍ ପ୍ରଶଂଶା କରା ଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *