April 27, 2026
Home » ଭଦ୍ରାସାହି ଶିଶୁମନ୍ଦିରରେ ୨୪ତମ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ

ଭଦ୍ରାସାହି ଶିଶୁମନ୍ଦିରରେ ୨୪ତମ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ

0
WhatsApp Image 2026-04-23 at 9.35.59 PM

ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ଝାଡ଼ଗାଁ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୪ତମ ବାର୍ଷିକ ଉତ୍ସବ ବୁଧବାର ବିଦ୍ୟାଳୟ ପ୍ରାଙ୍ଗଣରେ ଆଡମ୍ବରପୂର୍ଣ୍ଣ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣକୁ ଆକର୍ଷଣୀୟ ଆଲୋକସଜ୍ଜା ଓ ରଙ୍ଗିନ ସଜାଣିରେ ସୁସଜ୍ଜିତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଅଭିଭାବକମାନଙ୍କ ସକ୍ରିୟ ଉପସ୍ଥିତି ଉତ୍ସବକୁ ଅଧିକ ରଙ୍ଗୀନ କରିଥିଲା। ସନ୍ଧ୍ୟା ୬ଟାରେ ଆୟୋଜିତ ସଭାରେ ନର୍ଭେରାମ କମ୍ପାନୀର ଉପସଭାପତି ସଦାନନ୍ଦ ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ତର ସଂଭାଗ ସମ୍ପାଦକ ଗଙ୍ଗାଧର କର ମୁଖ୍ୟ ବକ୍ତା ଥିବାବେଳେ ବରିଷ୍ଠ ସମାଜସେବୀ ଶ୍ରୀମନ୍ତ ତ୍ରିପାଠୀ, ପରିଚାଳନା କମିଟି ସଭାପତି ଯଦୁମଣୀ ବାରିକ ଓ ଜେଏସପିଏଲର ସିଏସଆର ମୁଖ୍ୟ ମନୋଜ କୁମାର ମହାନ୍ତ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ଆରମ୍ଭ ଦୀପ ପ୍ରଜ୍ୱଳନ ଓ ମାତୃସ୍ତୁତି ସହ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ମହାକୁଡ଼ ଅତିଥିମାନଙ୍କୁ ସ୍ୱାଗତ କରି ଉତ୍ସବର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ପରେ ଯୁଗ୍ମ ସମ୍ପାଦିକା ଅଙ୍କିତା ଉପାଧ୍ୟାୟଙ୍କ ଦ୍ୱାରା ବାର୍ଷିକ ବିବରଣୀ ପାଠ କରାଯାଇ ବିଦ୍ୟାଳୟର ଶିକ୍ଷାଗତ, କ୍ରୀଡା ଓ ସାଂସ୍କୃତିକ ସଫଳତା ବିଷୟରେ ବିସ୍ତାରିତ ତଥ୍ୟ ପ୍ରଦାନ କରାଯାଇଥିଲା।
ଅତିଥିମାନେ ନିଜ ଉଦ୍ବୋଧନରେ କହିଥିଲେ ଯେ ଶିଶୁମାନେ ଦେଶର ଭବିଷ୍ୟତ ଓ ସେମାନଙ୍କ ସମଗ୍ର ବିକାଶ ପାଇଁ ଶିକ୍ଷା ସହ ନୈତିକ ମୂଲ୍ୟବୋଧ ଅତ୍ୟାବଶ୍ୟକ। ସେମାନେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା, ପରିଶ୍ରମ ଓ ନିଷ୍ଠା ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।
ଏହାପରେ ଶିକ୍ଷା, କ୍ରୀଡା, ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ହାତରେ ପୁରସ୍କୃତ କରାଯାଇଥିଲା। ଶେଷରେ ଉପସଭାପତି ପୁରୁଷୋତ୍ତମ ବାରିକ ଧନ୍ୟବାଦ ଜ୍ଞାପନ କରିଥିଲେ।

 

joda ru dimple sandil nka report

Leave a Reply

Your email address will not be published. Required fields are marked *