ସୋନପୁର ମହାରାଜା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘର ନୂତନ କାର୍ଯ୍ୟକାରୀ କମିଟୀ ଗଠିତ l
ସୁବର୍ଣ୍ଣପୁର — ସୋନପୁର ପିଏମଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘର ସାଧାରଣ ଅଧିବେଶନ ଆଜି ଶତାବ୍ଦୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ସଂଘର ସଭାପତି ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ I ସଭାପତି ଭାବେ ଡ. ସନ୍ତୋଷ କୁମାର ପାଢୀ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ସୀତାଂଶୁ ଶେଖର ମିଶ୍ର, ସାଧାରଣ ସଂପାଦକ ଭାବେ ଶ୍ୟାମାଓଁ ପ୍ରସାଦ ମିଶ୍ର, ଯୁଗ୍ମ ସଂପାଦକ ଭାବେ ଜ୍ୟୋତି ରଂଜନ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଭାବେ ଭାରତ ଭୂଷଣ ଦାଶ ନିର୍ବାଚିତ ହୋଇଥିଲେ I ସେହିପରି କାର୍ଯ୍ୟକାରୀ କମିଟୀ ସଭ୍ୟ ଭାବେ କଇରୁ ସ୍ବାଇଁ, ଲଡୁକିଶୋର ମଲ୍ଲିକ, ମନରଂଜନ ତ୍ରିପାଠୀ, ପିୟୁଷ ରଂଜନ ପଣ୍ଡା, ଗତିକୃଷ୍ଣ ମିଶ୍ର, ନବଘନ ଷାଣ୍ଢ, ଲକ୍ଷ୍ମୀନାରାୟଣ ସାହୁ ଓ ବାଙ୍କ ବିହାରୀ ରାୟଗୁରୁ ମନୋନୀତ ହୋଇଥିଲେ I ଉପଦେଷ୍ଟା ମଣ୍ଡଳୀ କୁ ଗୋରେଖନାଥ ସାହୁ ଓ ଡ. ପ୍ରଫୁଲ୍ଲ କୁମାର ରଥ ମନୋନୀତ ହୋଇଥିଲେ I ସଭା ପ୍ରାରମ୍ଭରେ ପୂଜାର୍ଚ୍ଚନା ପରେ ସ୍ବର୍ଗତ ପୁରାତନ ଛାତ୍ର ଛାତ୍ରୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ସଂଘର ସାଧାରଣ ସଂପାଦକ ବ୍ୟୋମକେଶ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ I କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ରଥ ଆୟ ବ୍ୟୟ ବିବରଣୀ ଉପସ୍ଥାପିତ କରିଥିଲେ Iବକ୍ତାମାନେ ବିଦ୍ୟାଳୟର ସମୂହ ଉନ୍ନତି ସଂପର୍କରେ ଆଲୋଚନା କରିବା ସହ ନିୟମିତ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଥିଲେ I ଶେଷରେ ସଂପାଦକ ଧନ୍ୟବାଦ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
