ଆଜିଠାରୁ ମହାପ୍ରଭୂ ଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ
ଗତ କାଲି ଶ୍ରୀକ୍ଷେତ୍ର ରେ ଭଉଁରୀ ଉତ୍ସବ ଆନନ୍ଦ ଉଲ୍ଲାସ ରେ ସମ୍ପନ୍ନ।
ପୁରୀ: ଗତ କାଲି ଶ୍ରୀକ୍ଷେତ୍ର ରେ ମହାପ୍ରଭୂ ଙ୍କର ପ୍ରସିଦ୍ଧ ଭଉଁରୀ ଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଯାଇଛି।ଶ୍ରୀ ମନ୍ଦିର ରୁ ମଣି ବିମାନ ରେ ମଦନ ମୋହନ ଭୂଦେବୀ,ଶ୍ରୀଦେବୀ, ରାମ କୃଷ୍ଣ ପାଲିଙ୍କି ରେ ବିଜେ କରୁଥିବା ବେଳେ ସାଥିରେ ପଞ୍ଚୁ ପାଣ୍ଡବ ସିଂହ ଦ୍ୱାର ସମୁଖ କୁ ଆସିଥିଲେ। ଏହାପରେ ଏକ ବନାଧ୍ୟ ଶୋଭା ଯାତ୍ରା ରେ ମଣି ବିମାନ ରେ ବସି ଝୁଲି ଝୁଲି ବଡ଼ଦାଣ୍ଡ ମାର୍କେଟ ଛକ ଦେଇ ନରେନ୍ଦ୍ର ପୁଷ୍କରିଣୀ ର ଚନ୍ଦନ ଚକଡା଼ କୁ ବିଜେ କରିଥିଲେ। ଶୋଭା ଯାତ୍ରା ରେ ମେଢ଼, ନାଗା ଓ ଅନ୍ୟାନ୍ୟ ଲୋକ ନୃତ୍ୟ ସହ ସଙ୍କୀର୍ତ୍ତନ ମଣ୍ଡଳୀ ର ନାମ ସଙ୍କୀର୍ତ୍ତନ ଓ ହରିବୋଲ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠୁଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ଛିଡ଼ାହୋଇ ଏହି ମନୋରମ ଦୃଶ୍ୟ କୁ ଉପଭୋଗ କରୁଥିଲେ। ମହାପ୍ରଭୂ ଙ୍କ ର ଏହି ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିଲା। ଚନ୍ଦନ ଚକଡା଼ ରେ ପହଞ୍ଚିବା ପରେ ଫୁଲରେ ସଜ୍ଜିତ ହୋଇ ନନ୍ଦା ଓ ଭଦ୍ରା ନୌକା ରେ ବିଜେ କରିଥିଲେ।


ଚନ୍ଦନ ଚକଡା଼ ରେ ମହାପ୍ରଭୂ ଙ୍କର ଏହି ଜଳ କ୍ରୀଡା ଦେଖିବା ପାଇଁ ପୁଷ୍କରିଣୀ ର ଚର୍ତୁପାଶ୍ୱର୍ରେ ହଜାର ହଜାର ଶ୍ରଦ୍ଧାଳୁ ଏହି ଦୃଶ୍ୟ ଦେଖୁଥିଲେ। ଦିନ ଚାପ ଶେଷ ହେବା ପରେ ମହାପ୍ରଭୂ ଚନ୍ଦନ କୁଣ୍ଡରେ ବିଜେ ହୋଇଥିଲେ। ତାପରେ ବେଶ ହୋଇ ରାତ୍ରି ଚାପ ପାଇଁ ନୌକା କୁ ବିଜେ କରିଥିଲେ। ଭଉଁରୀ ଦିନ ମହାପ୍ରଭୂ ନରେନ୍ଦ୍ର ପୁଷ୍କରିଣୀ ରେ ଏକୋଉସି ଘେରା ଚାପ ଖେଳିଥାନ୍ତି। ଚନ୍ଦନ ପୁଷ୍କରିଣୀର ଚତୃପାର୍ଶ୍ୱରେ ରଙ୍କ ବେରଙ୍ଗି ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯିବା ସହ ଅଗ୍ନିଶମ ବାହିନୀ କୁ ମଧ୍ୟ ସଜାଗ ରଖାଯାଇଥିଲା। ରାତ୍ରି ଚାପ ଶେଷ କରି ଶ୍ରୀଜୀଉ ମାନେ ଶ୍ରୀମନ୍ଦିର କୁ ବିଜେ କରିଥିଲେ। ଆସନ୍ତା କାଲି ଅର୍ଥାତ୍ 11 ତାରିଖ ସୋମବାର ଠାରୁ ଶ୍ରୀମନ୍ଦିର ଭିତରେ ମହାପ୍ରଭୂ ଙ୍କର ଏକୋଇଶି ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଚନ୍ଦନ ଚକଡା ରେ ଭଜନ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ମହାପ୍ରଭୁଙ୍କ ର ପ୍ରିୟ ଗୀତ ଦେଖ ଗୋ ମଣି ବିମାନ ରେ ଝୁଲି ଝୁଲି ଆସୁଛନ୍ତି ମଦନ ମୋହନ ଗୀତରେ ଚନ୍ଦନ ବେଶରେ ପ୍ରକମ୍ପିତ ହୋଇଉଠୁଥିଲା।
