June 8, 2026
Home » ସଂପର୍କ ତରଫରୁ ଦୁଇ ଦିନିଆ ସାମୁହିକ ଗଳ୍ପ କଥନ ପ୍ରଶିକ୍ଷଣ

ସଂପର୍କ ତରଫରୁ ଦୁଇ ଦିନିଆ ସାମୁହିକ ଗଳ୍ପ କଥନ ପ୍ରଶିକ୍ଷଣ

0
WhatsApp Image 2026-05-13 at 7.53.19 PM

ପୁରୀ : ପ୍ରତ୍ୟେକ କଳାକାର ଙ୍କ ର ନିଜସ୍ୱ ଅନୁଭବ ଓ ସଂଘର୍ଷ ର କାହାଣୀ ପରି ପ୍ରତିଟି କଳାର ମଧ୍ୟ ସ୍ବତନ୍ତ୍ର କାହାଣୀ ରହିଛି।ଏହି କାହାଣୀ କୁ ଲୋକଙ୍କ ନିକଟରେ ପହଞ୍ଚାଯାଇ ପାରିଲେ ଏହା କେବଳ ଅନ୍ୟ ମାନଙ୍କୁ ଆନନ୍ଦ ଦେଇ ଉଦବୁଦ୍ଧ କରିବ ନାହିଁ ବରଂ ତାହା ଅନୁପ୍ରାଣିତ କରିବ ବୋଲି କହିଛନ୍ତି ବକ୍ତା ମାନେ।ଆଜି ପୂର୍ବାହ୍ନରେ ପୁରୀ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସମ୍ପର୍କ ଓ ପ୍ଲକ ଅନୁଷ୍ଠାନର ମିଳିତ ସହଯୋଗ ରେ ୟୁଥ ହଷ୍ଟେଲ ଠାରେ ମୋ ଓଡିଶା କାହାଣୀ ନାମରେ ଦୁଇ ଦିନିଆ ସାମୁହିକ ଗଳ୍ପ କଥନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏହା ଏକ ଚମତ୍କାର ପଦକ୍ଷେପ ବୋଲି କହିଥିଲେ।ବିଶେଷ କରି ଗୋଟିଏ ସଫଳ ସୃଷ୍ଟି ପଛରେ ଥିବା ସଂଘର୍ଷ ଓ କଠିନ ପରିଶ୍ରମ ର କାହାଣୀ କୁ ବିଶ୍ବ ଦୃଷ୍ଟି ପଟରେ ଉପସ୍ଥାପନ ସହ ଯୁବ ପିଢି କୁ ଆକୃଷ୍ଟ କରିବା ପାଇଁ ଏହା ଏକ ସୁନ୍ଦର ବ୍ୟବସ୍ଥା ବୋଲି ଶ୍ରୀ ସେଠୀ କହିଥିଲେ।ସମ୍ପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେ ପ୍ରାକ୍ତନ ପ୍ରଶାସକ ପଦ୍ମନାଭ ପଣ୍ଡା, ବାଲୁକା କଳା ଶିଳ୍ପୀ ମାନସ କୁମାର ସାହୁ,କଳା ଗୁରୁ କୃଷ୍ଣଚନ୍ଦ୍ର ମହାନ୍ତି,ପ୍ଲକର ସଂଯୋଜକ ଅଭିଷେକ ରାଜ୍,ସୁଶ୍ରୀ ରଶ୍ମି ,ମିସ ନାଜିଆ ପ୍ରମୁଖ ଯୋଗ ଦେଇ ଏହି ପ୍ରଶିକ୍ଷଣ ଶିବିର ଶିଳ୍ପୀ ମାନ ଙ୍କ ପରିଚୟ, ପ୍ରତିଭା ଓ ଦକ୍ଷତା ବିକାଶ ର ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି କହିବା ସହ ଏହା ଦ୍ଵାରା ଆମ ସମୃଦ୍ଧ କଳା ଓ ଶିଳ୍ପୀ ମାନେ ବିଶ୍ବ ରେ ସୁନାମ ଅର୍ଜନ କରି ପାରିବେ ବୋଲି କହିଥିଲେ।ଓଡିଶା ରେ ଅନେକ ସମ୍ଭାବନା ରହିଛି।ଏହାର ପ୍ରଚାର ପ୍ରସାର ଆମର ଲକ୍ଷ୍ୟ ବୋଲି କହିଥିଲେ ପ୍ଲକ ର ସଂଯୋଜକ ଶ୍ରୀ ରାଜ୍ । ଏହି ଅବସରରେ ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ର ପ୍ରଦର୍ଶନ କରାଯାଇଥିଲା।ଏଥିରେ ଶତାଧିକ ଶିଳ୍ପୀ ମାନେ ଅଂଶ ଗ୍ରହଣ କରିବା ସହ ଏହା ସେମାନଙ୍କ ପାଇଁ ଏକ ନିଆରା ଅନୁଭବ ଓ ଏହା ଦ୍ଵାରା ଆମ କଳା ଅଧିକ ପରିବ୍ୟାପ୍ତ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ।ଶୁଭ ପ୍ରସାଦ ଶର୍ମା,ଆଶିଷ ମାର୍ଥା,ସବ୍ୟସାଚୀ ,ସୁନିଲ ରାକେଶ ସେଠୀ ,ବାସୁଦେବ ସେନାପତି ପ୍ରମୁଖ କାର୍ଯ୍ୟଶାଳା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *