May 31, 2026
Home » ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ସମ୍ବର୍ଦ୍ଧିତ ହେଲେ ଆଠ ଜଣ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ l

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ସମ୍ବର୍ଦ୍ଧିତ ହେଲେ ଆଠ ଜଣ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ l

0
WhatsApp Image 2026-05-31 at 5.12.42 PM

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲଜ ହରେକୃଷ୍ଣପୁର କ୍ଲଷ୍ଟର୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆପଡ଼ା ପରିସରରେ ସିଆରସିସି ନୀଳାଚଳ ବିହାରୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ ଆଠ ଜଣ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରାମ୍ଭିକଟା ର ସଚ୍ଚିଦାନନ୍ଦ ପ୍ରଧାନ, ପୂର୍ଣ୍ଣ।ନନ୍ଦ ବାରିକ, ରମେଶ କୁମାର ରାଉଳ,ସାମ୍ପୋଚ ର ରଜନୀକାନ୍ତ ପ୍ରଧାନ, ବିଷ୍ଣୁପୁର ର ଉମେଶ ଚନ୍ଦ୍ର ନାୟକ,ବରଝୁଲି ର ଆର୍ତିକ ପାତ୍ର, ନୂଆପଡ଼ା ର ମକରନ୍ଦ ସାହୁ, ହରେକୃଷ୍ଣପୁର ର ନିରୁପମା ଦେବୀ ଙ୍କୁ ସମ୍ବର୍ଦ୍ଧନା ପତ୍ର ସହ ଉତ୍ତରୀୟ,ଫୁଲଗଛ,ଉପହାର ସହ ଶୁଭ ନାରିକେଳ ଅର୍ପଣ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷ ନିଜ ନିଜ ଜୀବନର ଅନୁଭୂତି କହିବା ସହ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମୟାନୁବର୍ତ୍ତି, କର୍ତ୍ତବ୍ୟ ନିଷ୍ଠ ହୋଇ ଛାତ୍ର ଛାତ୍ରୀ ଙ୍କ ପାଇଁ କାମ କଲେ ସଫଳ ଶିକ୍ଷକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ତ୍ରିଲୋଚନ ପାତ୍ର, ନିରଞ୍ଜନ ଜେନା, ଦାଶରଥି ବେହେରା, ବିଜୟ କୁମାର ଦେହୁରୀ, ଶ୍ରୀଧର କହଁର, ବିଜ୍ଞାନ ପ୍ରଧାନ,ଅଧସ୍ମିତା ଭୋକ୍ତା,ବଂଶୀଧର ପାଢ଼ୀ, ପ୍ରମୁଖ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ।ସମ୍ପୋଚ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ବିଜୟ କୁମାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଅତିଥି ପରିଚୟ କରିଥିଲେ l ପ୍ରଫୁଲ୍ଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ଲିଙ୍ଗରାଜ କଲତ।,ଅଞ୍ଜଳି ମେହେର, ଦୋଳଗୋବିନ୍ଦ ବେହେରା, ଧୀରେନ୍ ପ୍ରଧାନ ,ଫୁଲଚନ ନାୟକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *