ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ପଦରେ ଅଳଙ୍କୃତ ହେଲେ ପ୍ରାଧ୍ୟାପକ ପ୍ରକାଶ କୁମାର ରାଉତ
ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିପିନ କୁମାର ପଟ୍ଟନାୟକ ୩୧ ତାରିଖରେ ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି।ଶ୍ରୀ ପଟ୍ଟନାୟକଙ୍କ ଅବସର ପରେ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରକାଶ କୁମାର ରାଉତ ନୂତନ ଅଧ୍ୟକ୍ଷ ପଦରେ ଅଳଙ୍କୃତ ହୋଇଛନ୍ତି । ବିଦାୟୀ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ରାଉତଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।

ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ ତାଙ୍କ ବକ୍ତବ୍ୟରେ କହିଛନ୍ତି, ମହାବିଦ୍ୟାଳୟକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଗଢି ତୋଳିବା ମୋର ପ୍ରାଥମିକତା ହେବ। ଶ୍ରୀ ରାଉତ ଜଣେ ଅନୁଭବୀ ଶିକ୍ଷାବିତ୍ ଓ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଜଣେ ସୁପରିଚିତ ବ୍ୟକ୍ତିତ୍ୱ । ମହାବିଦ୍ୟାଳୟ ଗ୍ରୀଷ୍ମ ଛୁଟି ଥିବାରୁ ପରବର୍ତ୍ତୀ ସମୟରେ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
