June 3, 2026
Home » ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରୀ

ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରୀ

0
KGxxrUga_400x400

ଓଡ଼ିଶାରେ ନୂଆ ଉପକୂଳ ରାଜପଥକୁ କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ରାମେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ୧୬୩ କିଲୋମିଟର ଏହି ରାଜପଥ ନିର୍ମାଣ ହେବ। ଏହି ମେଗା ପ୍ରକଳ୍ପରେ ୮,୩୦୦.୭୯ କୋଟି ଟଙ୍କା ଖର୍ଚ୍ଚ ହେବ। ନୂଆ ଉପକୂଳ ରାଜପଥ ରାମେଶ୍ବର ଠାରୁ ପାରାଦୀପରେ ପହଞ୍ଚିବ। ଅର୍ଥାତ ଏହି ପ୍ରକଳ୍ପ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଳ୍ଲାକୁ ଛୁଇଁବ। ଏହି ପ୍ରକଳ୍ପ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିକାଶରେ ସହାୟକ ହେବ।

ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥର ପ୍ରକଳ୍ପ ଅଂଶ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂପୁର ଜିଲ୍ଲା ଦେଇ ଗତି କରୁଛି। ୧୬ ନମ୍ବର ଜାତୀୟ ରାଜପଥର ଏହା ହେଉଛି ସ୍ୱର୍ଣ୍ଣ ଚତୁର୍ଭୁଜର ଅଂଶ ଏବଂ ଏହା ପୂର୍ବରୁ ଏକ ୬ ଥାକିଆ ରାଜପଥ ଅଟେ, ଯାହା ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ପ୍ରମୁଖ ସହର ଦେଇ ଗତି କରୁଛି। ଜାତୀୟ ରାଜପଥ ୨୧୬ ଭୁବନେଶ୍ୱର-ପୁରୀକୁ ସଂଯୋଗ କରୁଛି ଏବଂ ଏହା ସାତପଡ଼ା ଏବଂ କୋଣାର୍କ ଆଡକୁ ସଂପ୍ରସାରିତ ହୋଇଛି ।

Leave a Reply

Your email address will not be published. Required fields are marked *