ଲାଇସେନ୍ସ ନବୀକରଣ ପରେ ଧର୍ମଗଡ଼ ସରକାରୀ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ଆଜି ଠାରୁ କାର୍ଯ୍ୟକ୍ଷମ
ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ପରିସର ରେ ଥିବା ରକ୍ତଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ହୋଇଛି। ଉପଯୁକ୍ତ ଭିତ୍ତଭୂମି ନଥିବା ଦର୍ଶାଇ ବ୍ଲଡ଼ ବ୍ୟାଙ୍କର ଲାଇସେନ୍ସ ନବୀକରଣ ହୋଇ ନ ପାରିବାରୁ ରକ୍ତ ସଂଗ୍ରହ ବନ୍ଦ ହୋଇ ଯାଇଥିଲା।ରାଜ୍ୟ ଭେଷଜ ନିୟନ୍ତ୍ରଣ ଵିଭାଗ ସୂତ୍ରରୁ ମିଳଥିବା ସୂଚନା ଅନୁଯାୟୀ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ପରିସର ରେ ଥିବା ରକ୍ତ ଭଣ୍ଡାର “ଓଡ଼ିଶା ବ୍ଲଡ ସେଣ୍ଟର” କୁ ନୃତନ ଭାବେ ରକ୍ତ ସଂଗ୍ରହ, ସଂରକ୍ଷଣ, ପ୍ରକ୍ରିୟାକରଣ ଓ ବିତରଣ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି।ଲାଇସେନ୍ସ ପ୍ରାପ୍ତ ରକ୍ତ ଭଣ୍ଡାର ଲାଇସେନ୍ସ ନବୀକରଣ ନହେବା ଯୋଗୁଁ ବନ୍ଦ ହୋଇ ଯାଇଥିବା ବେଳେ ପୁନଃ ଆବେଦନ କରାଯାଇଥିଲା। ହେଲେ ରକ୍ତ ଭଣ୍ଡାର ବନ୍ଦ ଯୋଗୁଁ ଜନ ଅସନ୍ତୋଷ ଦେଖା ଦେଇଥିଲା। ବିଭିନ୍ନ ସଂଗଠନ ରାଜ ରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିଥଲେ।

ରକ୍ତ ଅଭାବରୁ ଜଣେ ଶିଶୁର ମୃତ୍ୟୁ କୁ ନେଇ ସହରରେ ତୁମ୍ବି ତୋଫାନ ସୃଷ୍ଟି ହୋଇଥଲା।ଧର୍ମଗଡ଼ ବ୍ଲଡ ବ୍ୟାଙ୍କ ପୁନଃ କାର୍ଯ୍ୟକ୍ଷମ କରାଯିବା ପାଇଁଧର୍ମଗଡ଼ ସିଟିଜେନ୍ ଫୋରମ୍ ଓ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କୁ ଉପଜିଲ୍ଲାପାଳ ଙ୍କ ଜରିଆରେ ରକ୍ତଭଣ୍ଡାର ଓ ଡ଼ାକ୍ତରଖାନା ସମସ୍ୟା ନେଇ ଏକଦାବୀ ପତ୍ର ଦିଆ ଯାଇଥିଲା।ଜନସାଧାରଣଙ୍କ ଦୃଢ଼ ବିରୋଧ ଓ ରକ୍ତ ଭଣ୍ଡାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଣିଥରେ ନୂତନ ଲାଇସେନ୍ସ ପାଇଁ ଆବେଦନ କରାଯିବା ପରେ ଗତ ଜୁନ ୨୨ ତାରିଖରେ ଏକ ନୀରିକ୍ଷକ ଦଳ ଆସି ରକ୍ତ ଭଣ୍ଡାରର ଭିତ୍ତିଭୂମି, ଯନ୍ତ୍ରପାତି, ଜନଶକ୍ତି, ରକ୍ତ ସଂରକ୍ଷଣ ବ୍ୟବସ୍ଥା, ଗୁଣବତ୍ତା ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା ଓ ଅନ୍ୟାନ୍ୟ ଆବଶ୍ୟକ ମାନଦଣ୍ଡ ର ଯାଞ୍ଚ କରିଥଲେ।ମାନ୍ୟବର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଏନେଇ ବ୍ୟକ୍ତିଗତ ଭାବେ ଭୁବନେଶ୍ବର ଠାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ତୁରନ୍ତ ଲାଇସେନ୍ସ ପ୍ରଦାନ ପାଇଁ ଅନୁରୋଧ କରିଥିଲେ।ଧର୍ମଗଡ଼ ସହର ବାସିନ୍ଦା ଙ୍କ ଆନ୍ଦୋଳନ ଓ ନିରୀକ୍ଷଣ ରିପୋର୍ଟ ଆଧାରରେ ରକ୍ତ ଭଣ୍ଡାରକୁ ନୂତନ ଲାଇସେନ୍ସ ପ୍ରଦାନ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଧର୍ମଗଡ଼ ରକ୍ତ ଭଣ୍ଡାର କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ରକ୍ତ ସେବା କେନ୍ଦ୍ର ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛି ଏବଂ ଜରୁରୀକାଳୀନ ସ୍ଥିତିରେ ଅନେକ ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ ଭୂମିକା ନିର୍ବାହ କରୁଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
