ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ
ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ (ନେତ୍ରୋତ୍ସବ) ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଣସର ଗୃହରୁ ଶ୍ରୀଜୀଉ ମାନଙ୍କୁ ମନ୍ଦିରକୁ ଅଣାଯିବା ପରେ ପଣ୍ଡିତ ପ୍ରଭାକର ନନ୍ଦ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା କରାଯାଇ ଶ୍ରୀ ଜୀଉଙ୍କ ର ସମସ୍ତ ନୀତିକାନ୍ତି ବିଧିମତେ ସଂପନ୍ନ ହୋଇଥିଲା।

ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ ଓ ତାଙ୍କ ପତି ମନୋଜ ପଟ୍ଟଯୋଶୀ କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଳାଇ ଥିବା ବେଳେ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ଟ୍ରଷ୍ଟ ର ସଂପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ,ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ହୃଷୀକେଶ ମିଶ୍ର, ସରୋଜ କୁମାର ସାହୁ, ସନ୍ତୋଷ କୁମାର ମେହେର, ସୁରେନ୍ଦ୍ର ମୁନି,ଜନ୍ମେଜୟ ନାଏକ, ସୁବାସ ଅଗ୍ରୱାଲ ସମେତ ଲକ୍ଷ୍ମୀକାନ୍ତ ଖମାରୀ ଲଳିତ ଅଗ୍ରୱାଲ, ତ୍ରିଲୋଚନ ମୁଣ୍ଡ, ତଥା ବହୁ ଭକ୍ତ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ସର୍ବ ସାଧାରଣଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା ହୋଇଥଲା।ଆସନ୍ତା ୧୬ ଶ୍ରୀ ଜିଉ ଙ୍କ ପହଣ୍ଡି ବିଜେ ପରେ ରଥଯାତ୍ରା ଆରମ୍ବ ହେବ। ଧର୍ମଗଡରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଧର୍ମଗଡରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ବ୍ୟୁରୋ ରିପୋର୍ଟ….
