July 30, 2026
Home » ମହାବିଦ୍ୟାଳୟରେ ଶକ୍ତି ଶ୍ରୀ ତର୍କ ବିତର୍କ ଆଲୋଚନା ଚକ୍ର

ମହାବିଦ୍ୟାଳୟରେ ଶକ୍ତି ଶ୍ରୀ ତର୍କ ବିତର୍କ ଆଲୋଚନା ଚକ୍ର

0
WhatsApp Image 2026-07-29 at 8.25.54 PM

ପୋଲସରା : ପବିତ୍ର ଗୁରୁ ପୂର୍ଣ୍ଣିମା ଦିବସରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଶକ୍ତି ଶ୍ରୀ ତର୍କ ବିତର୍କ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଭାରପ୍ରାପ୍ତ ଅଧ୍ୟକ୍ଷ ରୁଦ୍ର ପ୍ରସାଦ ଗୌଡ଼ଙ୍କ ଅଧ୍ୟକ୍ଷତା ଏବଂ ଏନସିସି ଲେଫ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାମିକ ବାଦୀ ତଥା କାଉନସିଲର ସୁକାନ୍ତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବିଘ୍ନରାଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ. ବିରଞ୍ଚି ନାରାୟଣ ରଥ ଯୋଗଦେଇଥିଲେ। ଏହି ଅବସରରେ ଶକ୍ତି ଶ୍ରୀ ସଶକ୍ତିକରଣ କକ୍ଷ ତରଫରୁ ଏକ ତର୍କ ବିତର୍କ ଆଲୋଚନା ଚକ୍ର କରାଯାଇଥିଲା। ଏଥିରେ ଅତିଥିବୃନ୍ଦ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ କରିଆରେ ମାର୍ଗଦର୍ଶନ ଦେଇଥିବାବେଳେ ଯୁକ୍ତ ତିନି ବିଜ୍ଞାନ ବିଭାଗର ଛାତ୍ରୀ ରଚିତା କୁମାରୀ ସାହୁ ଓ ସ୍ମୃତି ବେହେରା ଦୁଇ ଜଣ ଅଂଶ ଗ୍ରହଣ କରି ରାଷ୍ଟ୍ର – ଭାଷା ହିନ୍ଦୀ ଏବଂ ଇ°ରାଜି ଭାଷାରେ ବକ୍ତୃତାଦେଇ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଡେମୋନେଷ୍ଟ୍ରେଟର, ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଶେଷରେ ଜାତୀୟ ସଂଗୀତ ଜନ-ଗଣ-ମନ ଗାନ କରାଯିବା ପରେ ଏହି ସଚେତନତା କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ପରି ଶେଷରେ ସଂଯୋଜିକା ଲେଫ୍ଟନାଣ୍ଟ ବିନତା ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

 

ହୃଷିକେଶ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *