August 11, 2026
Home » ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟା ଧାମରୁ ଆସିଥିବା “ପବିତ୍ର ମାଟି କଳସ”କୁବିପୁଳ ଜନ ସମର୍ଥନ ଓ ସ୍ଵାଗତ ସହିତ ଗ୍ରହଣ କଲେ ରାଣୀ ମାଆ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟା ଧାମରୁ ଆସିଥିବା “ପବିତ୍ର ମାଟି କଳସ”କୁବିପୁଳ ଜନ ସମର୍ଥନ ଓ ସ୍ଵାଗତ ସହିତ ଗ୍ରହଣ କଲେ ରାଣୀ ମାଆ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ

0
1001220765
ନୟାଗଡ଼ 🙁 ଇପିଏ ) ନୟାଗଡ ପ୍ରଭୁ ଜଗନ୍ନାଥ ମନ୍ଦିର ନିକଟରେ “ଶ୍ରୀରାମ ଜନ୍ମ ଭୂମି ଅଯୋଧ୍ୟା ଧାମରୁ” ଆସିଥିବା “ପବିତ୍ର ମାଟି କଳସ” ନୟାଗଡ଼ରେ ୮ ତାରିଖ ଶନିବାର ଅପରାହ୍ନରେ ପହଞ୍ଚିବା ପରେ ନୟାଗଡ଼ ସହରରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ନୟାଗଡ଼ ସଦର ପୋଲିସ ଷ୍ଟେସନ ରୋଡ୍‌ରେ ନିର୍ମାଣ ହେବାକୁ ଥିବା ଭାରତୀୟ ଜନତା ପାର୍ଟିର ଭବ୍ୟ ନୂତନ ପାର୍ଟି କାର୍ଯ୍ୟାଳୟର ଶୁଭାରମ୍ଭ ପାଇଁ ଏହି “ପବିତ୍ର ମାଟି” କଳସ ଆସି ପହଞ୍ଚିଛି ।
               ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ “ପବିତ୍ର ମାଟି କଳସ”କୁ ପାରମ୍ପରିକ ରୀତିନୀତି ଓ ଶ୍ରଦ୍ଧାର ସହିତ ଖୋଳ ଝାଞର ତାଳେ ତାଳେ ସଙ୍କୀର୍ତ୍ତନ ମଣ୍ଡଳୀର ମହାମନ୍ତ୍ର ଓ “ଜୟ ଶ୍ରୀରାମ” ଓ “ଜୟ ଜଗନ୍ନାଥ” ଜୟ ଜୟକାର ଧ୍ବନିରେ ସ୍ୱାଗତ ଓ ଗ୍ରହଣ କରିଥିଲେ ରାଣୀ ମାଆ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । “ପବିତ୍ର ମାଟି”କୁ ରାଣୀ ମାଆ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ଗ୍ରହଣ କରିବା ପରେ, ଉପସ୍ଥିତ ସକୀର୍ତ୍ତନ ମଣ୍ଡଳୀ ଓ ଦଳୀୟ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା ଓ ନେତ୍ରୁ ମଣ୍ଡଳୀ ମାନଙ୍କୁ ନେଇ ବିରାଟ ଭବ୍ୟ ଶୋଭା ଯାତ୍ରାରେ ପୁରୁଣା ରାଜବାଟୀସ୍ଥିତ ବର୍ତ୍ତମାନ ଥିବା ଭାଜପା କାର୍ଯ୍ୟାଳୟକୁ ଅଣାଯାଇ ଉପଯୁକ୍ତ ସ୍ଥାନରେ ରଖା ଯାଇଥିଲା ।

       ନୟାଗଡ଼ର ରାଣୀ ମାଆ ତଥା ଭାଜପାର ରାଷ୍ଟ୍ରୀୟ ଓ ରାଜ୍ୟ ପରିଷଦ ସଦସ୍ୟା ଏବଂ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ପବିତ୍ର ଶ୍ରୀରାମ ଜନ୍ମ ଭୂମିରୁ ଆସିଥିବା “ପବିତ୍ର ମାଟି କଳସ”କୁ ସ୍ଵାଗତ ଓ ଗ୍ରହଣ କରିବା ସମୟରେ ଶହ ଶହ ଭାଜପାର ଦେବଦୁର୍ଲଭ କାର୍ଯ୍ୟକର୍ତ୍ତାମାନେ ଶ୍ରଦ୍ଧା, ଉତ୍ସାହ ଓ ଆନ୍ତରିକତାର ସହିତ ଉପସ୍ଥିତ ରହି ସହଯୋଗ ଓ ସ୍ଵାଗତ କରିଥିଲେ । ପବିତ୍ର ଶୋଭାଯାତ୍ରା ସମୟରେ ଜୟ ଶ୍ରୀରାମ ଓ ଜୟ ଜଗନ୍ନାଥ ପ୍ରତି ଧ୍ୱନିରେ ପରିବେଶ ମୁଖରିତ ହୋଇଉଠିଥିଲା । ପୁରୁଣା ରାଜବାଟିରେ ରଖାଯାଇଥିବା ପବିତ୍ର ମାଟି କଳସକୁ ନୟାଗଡ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ଓ ଦଶପଲ୍ଲା ପୂର୍ବତନ ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ ଦର୍ଶନ ସହିତ ସମ୍ମାନ ଜଣାଇ ଆନନ୍ଦିତ ହୋଇଥିଲେ ।
               ପ୍ରସ୍ତାବିତ ନୂତନ ପାର୍ଟି କାର୍ଯ୍ୟାଳୟ ନୟାଗଡ଼ରେ ପ୍ରତିଷ୍ଠା, ଦଳର ସାଙ୍ଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ସହିତ, ଦଳୀୟ ବୈଠକ ଓ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମର ଏକ ପ୍ରମୁଖ କେନ୍ଦ୍ର ହେବ । ଅଯୋଧ୍ୟାର ପବିତ୍ର ମାଟିର ସ୍ପର୍ଶରେ ନୂତନ ଭବ୍ୟ କାର୍ଯ୍ୟାଳୟ ନୟାଗଡ଼ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚଟାଣ ମାଝୀ, ଭାଜପା କେନ୍ଦ୍ରୀୟ ସଭାପତି ନୀତିନ ନବୀନ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଣୀ ମାଆ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ନେତୃତ୍ୱରେ ନୟାଗଡ ବିଜେପି ସଂଗଠନର ଶକ୍ତି ବୃଦ୍ଧି, ଜନସାଧାରଣଙ୍କ ସେବା କାର୍ଯ୍ୟ, ବିକଶିତ ନୟାଗଡ଼ର ସ୍ୱପ୍ନ ସାକାର ହେବା ସଙ୍ଗେ ସଙ୍ଗେ, ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ବପ୍ନ ମଧ୍ୟ ସାକାର ହୋଇପାରିବ ବୋଲି ରାଣୀ ମାଆ ପ୍ରକାଶ ପ୍ରକାଶ କରିଥିଲେ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *