August 18, 2026
Home » ଶ୍ରାବଣରେ ଶିବ ପୁରାଣ….
WhatsApp Image 2026-08-18 at 2.14.04 PM (2)

ଧର୍ମଗଡ଼ ଶ୍ୟାମ ପରିବାର ଦ୍ବାରା ଶିବ ପୁରାଣ କଥା ସାମୂହିକ ରୁଦ୍ରାଭିଷେକ।

ଧର୍ମଗଡ :କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଶ୍ରୀ ଶ୍ୟାମ ପରିବାର ଦ୍ଵାରା ଶିବ ମହାପୁରାଣ କଥା ଓ ଜ୍ଞାନ ଯଜ୍ଞ ମହୋତ୍ସବ ପବିତ୍ର ଶ୍ରାବଣ ମାସ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଧାର୍ମିକ କାର୍ଯ୍ୟରେ ୫୧ ଯୋଡି ବ୍ରତୀ ମାନଙ୍କୁ ନେଇ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ବଜରଙ୍ଗ ଅଗ୍ରୱାଲ, ଧର୍ମପତ୍ନୀ ରିଙ୍କୁ ଦେବୀ ଅଗ୍ରଓ୍ବାଲ ଥିବାବେଳେ ବ୍ୟାସ ଭାବେ ଋଷି ପୁତ୍ର ସିଦ୍ଧାର୍ଥମହାରାଜ ଜି ଓ ପଣ୍ଡିତ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶିବ ମହାପୁରାଣ ହେଉଛି ଭଗବାନ ଶିବଙ୍କ ମହିମା, ଲୀଳା ଓ ତତ୍ତ୍ୱ ଉପରେ ଆଧାରିତ ଏକ ମହାପବିତ୍ର ଗ୍ରନ୍ଥ ଏବଂ ରୁଦ୍ରାଭିଷେକ ହେଉଛି


ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପ୍ରତୀକ ଶିବଲିଙ୍ଗ ଉପରେ ପବିତ୍ର ଜଳ ଓ ଦ୍ରବ୍ୟ ଧାରା ଦେବାର ଏକ ଶ୍ରେଷ୍ଠ ପୂଜାବିଧି।
ଶିବ”ର ଅର୍ଥ ହେଉଛି — କଲ୍ୟାଣ ସ୍ୱରୂପ ଓ କଲ୍ୟାଣ ଦାତା । ପରମବ୍ରହ୍ମ ଙ୍କ ଏହି କଲ୍ୟାଣ ମୟ ସ୍ୱରୂପର ଉପାସନା ଉଚ୍ଚକୋଟିର ସିଦ୍ଧ, ସାଧକ ଓ ସାଧାରଣ ଆସ୍ତିକ ଲୋକଙ୍କ ପାଇଁ ପରମ ମଙ୍ଗଳକାରକ, ସର୍ବ ସିଦ୍ଧିଦାୟୀ ଓ ସର୍ବ ଶ୍ରେୟସ୍କର। ଶାସ୍ତ୍ର ଅନୁଯାୟୀ ଦେବ, ଦାନବ, ଋଷି, ମହର୍ଷି, ଯୋଗୀ, ମୁନି, ସିଦ୍ଧ, ଗନ୍ଧର୍ବ ତଥା ବ୍ରହ୍ମା-ବିଷ୍ଣୁ ପର୍ଯ୍ୟନ୍ତ ସମସ୍ତେ ଏହି ମହାଦେବଙ୍କ ଉପାସନା କରନ୍ତି ।ଏହି ପୁରାଣ ଅନୁସାରେ ଏହା ଏକ ପରମ ଉତ୍ତମ ଶାସ୍ତ୍ର । ଏହାକୁ ଭଗବାନ୍ ଶିବଙ୍କ ସ୍ୱରୂପକୁ ଭାବେ ଧ୍ୟାନ କରିବା ଉଚିତ । ଏହାର ପାଠ ଓ ଶ୍ରବଣ ସମସ୍ତ ସାଧନ ମାନ ଙ୍କୁ ସଫଳ କରେ । ଶିବଭକ୍ତି ପାଇ ଶ୍ରେଷ୍ଠ ସ୍ଥାନକୁ ପହଞ୍ଚିଥିବା ମନୁଷ୍ୟ ଶୀଘ୍ର ଶିବପଦ ପ୍ରାପ୍ତ କରେ । ତେଣୁ ମନୁଷ୍ୟମାନେ ପ୍ରୟାସ ପୂର୍ବକ ଏହି ପୁରାଣକୁ ପଢ଼ିବାକୁ ଇଚ୍ଛା କରନ୍ତି ଓ ଏହାକୁ ଅଭିଷ୍ଟ ସାଧନ ଭାବେ ମାନନ୍ତି । ପ୍ରେମ ପୂର୍ବକ ଏହାର ଶ୍ରବଣ ସମସ୍ତ ମନୋକାମନା ପୂରଣ କରେ। ଏହି ପୁରାଣକୁ ଶୁଣିବାମାତ୍ରେ ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୁଏ ଓ ଜୀବନରେ ଉତ୍କୃଷ୍ଟ ଭୋଗ ଭୋଗି ଶେଷରେ ଶିବଲୋକ କୁ ପ୍ରାପ୍ତ କରେ ବୋଲି ସିଦ୍ଧାର୍ଥମହାରାଜ ଜି ଉପସ୍ଥିତ ଭକ୍ତ ମାନଙ୍କୁ ପ୍ରବଚନ ମାଧ୍ୟମରେ ପ୍ରକାଶ କରିଥିଲେ।ବିଶିଷ୍ଟ ସମାଜସେବୀ କିଶୋର ଅଗ୍ରୱାଲ,ଧର୍ମପତ୍ନୀ ସୁନିତା ଦେବୀ ଅଗ୍ରଓ୍ବାଲ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସର୍ବଶ୍ରୀ ଲଳିତ ଅଗ୍ରଓ୍ବାଲ, ଅନିତା ଦେବୀ ଅଗ୍ରୱାଲ, ମୃତ୍ୟଞ୍ଜୟ ଅଗ୍ରୱାଲ,ସୀତାରାମ ଅଗ୍ରୱାଲ, ସୁଶିଳା ଅଗ୍ରୱାଲ, ସଚିନ୍ ଅଗ୍ରୱାଲ,ବିଷ୍ଣୁ ଅଗ୍ରୱାଲ, ସାରଳା ଦେବୀ ଅଗ୍ରୱାଲ, ଚଞ୍ଚଳା ଅଗ୍ରୱାଲ,ଚିରଞ୍ଜୀବ ଅଗ୍ରଓ୍ବାଲ, ଘନଶ୍ୟାମ ଅଗ୍ରୱାଲ, ରାଧେ ଶ୍ୟାମ ଅଗ୍ରୱାଲ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।ପ୍ରତ୍ୟହ ଭକ୍ତ ମାନଙ୍କ ପାଇଁ ଅନ୍ନଭୋଗ ର ବ୍ୟବସ୍ଥା କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *