ବାୟା୍ମଶାଳା ର ବାର୍ଷିକତ୍ସବ ଵୃଦ୍ଧାଶ୍ରମ ରେ ପାଳିତ
ଆଜିର ଯୁବପୀଢ଼ି ନିଜକୁ ଓ ନିଜ ଶରୀର କୁ ସୁନ୍ଦର ରଖିବା ପାଇଁ ଜିମ ଯାଇଥାନ୍ତି l ସବୁ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ହୋଇଥାଏ କିନ୍ତୁ ଯୁବପିଢ଼ି ଙ୍କ ସହ ଜଡିତ ଅନୁଷ୍ଠାନ କେକ ନ କାଟି ପାଳନ କରିବା ଟିକେ ଅଡୁଆ ଲାଗେ l ଏହିପରି କିଛି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ସହର ର ସାନମଙ୍ଗଳା ଛକ ନିକଟରେ ଥିବା ଫିଟନେସ ଅଡିସନ ଜିମ ର କର୍ମକର୍ତା କରିଛନ୍ତି l

ଏହି ଜିମ ର ମୁଖ୍ୟ ଶ୍ରୀନିବାସ ବେହେରା କହିଛନ୍ତି ପ୍ରକୁତ ଖୁସୀ ସେଇଠି ମିଳିଥାଏ ଯେଉଁଠି ଆଶୀର୍ବାଦ ଥାଏ l ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ରାମନଗର ଖରନାସି ରେ ଥିବା ଵୃଦ୍ଧାଶ୍ରମ ରେ ଏହି ଜିମ ସେଣ୍ଟର ର ଉତ୍ସବ ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନି ରେ ପାଳନ ହୋଇଥିଲା l ଆଜିର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଵୃଦ୍ଧାଶ୍ରମ ର ପରିଚାଳକ ପବିତ୍ର ପରିଡା, ଜିମ ର ଟ୍ରେନର ସୁଶାନ୍ତ କୁମାର ବାରିକ, ଦିବ୍ୟ ରଞ୍ଜନ ସ୍ୱାଇଁ ଓ ପ୍ରିୟ ରଞ୍ଜନ ସାହୁ ଙ୍କ ସମେତ ବୟସ୍କ ମା ବାବା ମାନେ ଏବଂ ଵୃଦ୍ଧାଶ୍ରମ ର କର୍ମକର୍ତ୍ତା ଉପସ୍ଥିତ ଥିଲେ l
