September 23, 2026
Home » ପୃଥକ ପୃଥକ ଦୁଇଟି ଘଟଣା :ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରୟ ଓ କାରବାର ରେ ଜଣେ ଓ କଫ ସିରଫ ଚାଲାଣ ରେ ଦୁଇ ଅଭିଯୁକ୍ତ ଗିରଫ

ପୃଥକ ପୃଥକ ଦୁଇଟି ଘଟଣା :ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରୟ ଓ କାରବାର ରେ ଜଣେ ଓ କଫ ସିରଫ ଚାଲାଣ ରେ ଦୁଇ ଅଭିଯୁକ୍ତ ଗିରଫ

0
WhatsApp Image 2026-09-23 at 3.17.19 PM

ସୁବର୍ଣ୍ଣପୁର — ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରୟ ଓ କାରବାର ଅଭିଯୋଗ ରେ ଜଣେ ଗିରଫ ହୋଇଥିବା ବେଳେ ବେଆଇନ କଫ ସିରଫ ଚାଲାଣ ଅଭିଯୋଗ ରେ ଦୁଇଜଣ ଙ୍କୁ ଗିରଫ କରିଛି ପୋଲିସ l ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରୟ ଓ କାରବାର ଘଟଣା ସୋନପୁର ଥାନା ଅଞ୍ଚଳ ରେ ହୋଇଥିବା ବେଳେ କଫ ସିରଫ ଚୋରା ଚାଲାଣ ଘଟଣା ଟି ତରଭା ଥାନା ଅଞ୍ଚଳ ରେ ଘଟିଛି l ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତା. ୨୨.୦୯.୨୦୨୬ ରେ ପାଟ୍ରୋଲିଂ ଡ୍ୟୁଟି ସମୟରେ ସୋନପୁର ପୋଲିସ ବୈଦ୍ୟନାଥ ବ୍ରିଜ୍ ନିକଟରେ କିଛି ବ୍ୟକ୍ତି ଅବୈଧ ଅସ୍ତ୍ରଶସ୍ତ୍ର ବିକ୍ରୟ ଓ କାରବାରରେ ସମ୍ପୃକ୍ତ ଥିବା ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ । ଉକ୍ତ ସୂଚନା ଆଧାରରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ । ପୋଲିସ ଟିମ୍‌କୁ ଦେଖି ଦୁଇଜଣ ବ୍ୟକ୍ତି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ବେଳେ, ସତ୍ୟରାମ ଚାଉଳିଆ (୨୩) ଙ୍କୁ ପୋଲିସ କାବୁ କରିଥିଲା । ତାଙ୍କର ତଲାସି ସମୟରେ ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୦୩ ଅଫୁଟା ଗୁଳି ଓ ଗୋଟିଏ ମାଗାଜିନ, ନଗଦ 10,000 ଟଙ୍କା, ଗୋଟିଏ ଆଇ ଫୋନ 17 ମିଳିଥିଲା । ଧରାପଡ଼ିଥିବା ବ୍ୟକ୍ତି ଉକ୍ତ ଅସ୍ତ୍ର ଓ ଗୁଳି ରଖିବା ପାଇଁ କୌଣସି ବୈଧ ଲାଇସେନ୍ସ କିମ୍ବା ଆଇନସମ୍ମତ ଅନୁମତି ଦେଖାଇ ପାରିନଥିଲେ । ପଚରାଉଚରା ସମୟରେ ସେ ଅବୈଧ ଅସ୍ତ୍ରଶସ୍ତ୍ର ଓ ଗୁଳିର ବିକ୍ରୟ ତଥା କାରବାରରେ ନିଜର ସମ୍ପୃକ୍ତି ସମ୍ପର୍କରେ ପ୍ରକାଶ କରିଥିବା ସହ ଉକ୍ତ ଅସ୍ତ୍ରକୁ ଡକାୟତି ଓ ରାହାଜାନି ସମୟରେ ଲୋକମାନଙ୍କୁ ଭୟଭୀତ କରିବା ନିମନ୍ତେ ବ୍ୟବହାର କରାଯାଇଥିବା କଥା ମଧ୍ୟ ପ୍ରକାଶ କରିଥିଲେ । ଏ ନେଇ ସୋନପୁର PS କେଶ ନମ୍ବର 339/22/09/2026 U/s- 25 (1-AA) Arms Act ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

ସେହିପରି ଅନ୍ୟ ଏକ ଘଟଣା ରେ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ଆଧାରରେ, ତରଭା ପୋଲିସ ର ଏକ ଟିମ ଏହି ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଛକ ରେ ଚଢଉ କରି ବେଆଇନ କଫ ସିରଫ ଚାଲାଣ ସମୟରେ ଦୁଇ ଜଣ ବ୍ୟକ୍ତିଙ୍କୁ ୬୦୦ ଟି କଫ ସିରଫ(WINCIREX) ବୋତଲ ସହ ଅଟକାଇ ଥିଲେ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବଲାଡି ଗ୍ରାମର ଦେବେନ୍ଦ୍ର ପାତ୍ର (30) ଓ ସତ୍ୟଜିତ ପାତ୍ର (32)ଙ୍କୁ ଗିରଫ କରାଯାଇଛି l ଉକ୍ତ ଦୁଇ ବ୍ୟକ୍ତି କଫ ସିରଫ ବାବଦରେ କୌଣସି ବୈଧ କାଗଜ ପତ୍ର ଦେଖାଇ ପାରି ନଥିଲେ । ଏ ନେଇ ତରଭା PS କେଶ ନମ୍ବର 334/23/09/2026 U/s-21( b)/29 NDPS Act, 1985 ଆଧାର ରେ ମାମଲା ରୁଜୁ କରାଯାଇଛି ଓ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ବୁଧବାର ଦିନ ସମସ୍ତ ଗିରଫ ମୁଦାଲା ଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏ ନେଇ ବୁଧବାର ଦିନ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *