September 24, 2026
Home » ପୋଲିସ୍ କର୍ମଚାରୀ ପକ୍ଷେ ବଦଳି ଏକ ରୁଟିନ ମାତ୍ର

ପୋଲିସ୍ କର୍ମଚାରୀ ପକ୍ଷେ ବଦଳି ଏକ ରୁଟିନ ମାତ୍ର

0
WhatsApp Image 2026-09-24 at 1.37.31 PM

ସର୍ବଦା ଲୋକଙ୍କ ପାଇଁ ଉତ୍ତମ ସେବା ଜାରି ରହିବ ବୋଲି କହିଲେ ପଦୋନ୍ନତି ପାଇଥିବା ନୂତନ ଡିସିପି ଡ଼ା. ଶ୍ରବଣ ବିବେକ

ବ୍ରହ୍ମପୁର, : (ନରସିଂହ ଡାକୁଆ) ବଦଳି ପୋଲିସ ଲାଗି ଗୋଟିଏ ରୁଟିନ। ତେଣୁ ଯୁଆଡେ ଗଲେବି ଖୁସିରେ କାଯ୍ୟ କରିବାକୁ ପଡିବ ବୋଲି ବର୍ତ୍ତମାନ ଭୁବନେଶ୍ୱର କୁ ଡିସିପି ଭାବେ ପଦୋନ୍ନତି ପାଇଁ ଥିବା ବ୍ରହ୍ମପୁର ଏସ୍ ପି ଡ଼ା ଶ୍ରବଣ ବିବେକ ଏମ୍ ଏକ ସ୍ୱତନ୍ତ୍ର ସାକ୍ଷାତକାର ରେ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ମୋର୍ କର୍ମ ଭୂମି ଏଠାରେ ଚାକିରି କରିବା ପରେ ମୁଁ ଆଇନ ଶୃଙ୍ଖଳା ର ବ୍ୟବସ୍ଥା ନେଇ ସବୁ କିଛି ପ୍ରାକ୍ଟିକାଲ ଭାବେ ଶିଖିଲି, ତତ୍ ସହିତ ଓଡ଼ିଆ ଭାଷା ବି ଭଲ ଭାବେ ଶିଖି ପାରିଲି , ମୋର୍ ବଦଳି ମାଲକାନଗିରି, ରାୟଗଡ଼ା ,କଳାହାଣ୍ଡି ବି ହୋଇଛି। ସବୁଠି ମୁଁ ମୋର ପୋଲିସ ସେବା କରିଛି ।ବ୍ରହ୍ମପୁର୍ ରେ ସଭିଙ୍କ ସହଯୋଗ ମୋତେ କାମ କରିବାରେ ଅଧିକ ଉତ୍ସାହ ଦେଇଛି।

ଲୋକଙ୍କ ଠାରୁ ଆରମ୍ଭ କରି ମୋର୍ ପୋଲିସ କର୍ମଚାରୀ, ଗଞ୍ଜାମ ଓକିଲ ସଂଘ, ସମସ୍ତ ସାମ୍ୱାଦିକ ଆଉ ଅନ୍ୟାନ୍ୟ କ୍ଷେତ୍ରରେ ମୁଁ ସର୍ବଦା ସହଯୋଗ ପାଇଛି । ତେଣୁ ମୋ ତରଫରୁ ସଭିଙ୍କୁ ଅନେକ ଅନେକ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି । ବର୍ତ୍ତମାନ ନୂତନ ଭାବେ ଡିସିପି କାର୍ଯ୍ୟରେ ଯୋଗ ଦେବାରେ ମୁଁ ଖୁସି ଏବଂ ପୂର୍ବ ଭଳି ସମସ୍ତ ଜନସାଧାରଙ୍କ ସହଯୋଗ ନେଇ ପୋଲିସ ସେବା କାର୍ଯ୍ୟ ଜାରି ରଖିବି ବୋଲି ଡ଼ା ଶ୍ରବଣ ବିବେକ ଏମ୍ କହିଛନ୍ତି । ପ୍ରତି କ୍ଷେତ୍ରରେ ଭାଗ୍ୟ ଓ ଲୋକଙ୍କ ସେବା ମୋ ପ୍ରତି ରହିଛି, ଆଗକୁ ମଧ୍ୟ ଏପରି ସହଯୋଗ ରହିଲେ ପୋଲିସ ସେବା ସହ ଉତ୍ତମ କର୍ମ କରି ଚାଲିବି ବୋଲି ସେ କହିଛନ୍ତି ।ରାଜ୍ୟ ସରକାର ଯେଉଁଠି କାର୍ଯ୍ୟକରିବା ଲାଗି ସଠିକ୍ ଭାବିବେ ସେଠାରେ ମୁଁ ନିଜର ଉତ୍ତମ ସେବା କରିବି ବୋଲି କହିଛନ୍ତି ।ଏପରି ପଦୋନ୍ନତି ଖବର ପାଇବା ପରେ ବହୁ ପୋଲିସ ,ଶୁଭେଚ୍ଛୁ ଓ ସାଧାରଣ ନାଗରିକ ଡ଼ା ବିବେକ ଏମ୍ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଏଠାରେ ଅଭିନୟ ଜଗତ ଓ ଅନେଶ୍ୱା କଳାକେନ୍ଦ୍ର ତରଫରୁ ନୂତନ ଭାବେ ପଦୋନ୍ନତି ପାଇଥିବା ଡ଼ା ଶ୍ରବଣ ବିବେକ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ।ଏହି ଅବସରରେ ଉଷାରାଣୀ ମହାପାତ୍ର, ଡ ମିହିର ତ୍ରିପାଠୀ,ରବି ନାରାୟଣ ନାୟକ ଓ ସୁଦୀପ କୁମାର୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *