September 29, 2026
Home » ମାଉଣ୍ଟ ମଚୋଇ-|| ଶିଖରରେ ଆଶୀର୍ବାଦ ମହାପାତ୍ର

ମାଉଣ୍ଟ ମଚୋଇ-|| ଶିଖରରେ ଆଶୀର୍ବାଦ ମହାପାତ୍ର

0
WhatsApp Image 2026-09-29 at 6.55.04 PM

ପହଲଗାମ, ଜମ୍ମୁ-କାଶ୍ମୀର: ଓଡ଼ିଶାର ଆନ୍ତର୍ଜାତୀୟ ପର୍ବତାରୋହୀ ବରଗଡ଼ ଜିଲ୍ଲା ଅତାବିରା ର ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର (୧୬,୮୩୦ ଫୁଟ୍) ଉଚ୍ଚତା ବିଶିଷ୍ଟ ମାଉଣ୍ଟ ମଚୋଇ-II ଶିଖରକୁ ୨୭ ସେପ୍ଟେମ୍ବର ୨୦୨୬ ସକାଳ ୬:୦୯ରେ ସଫଳତାର ସହ ଆରୋହଣ କରିଛନ୍ତି।
ସେ ଜମ୍ମୁ-କାଶ୍ମୀରର ପହଲଗାମସ୍ଥିତ ଜବାହର ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂ ଆଣ୍ଡ ୱିଣ୍ଟର ସ୍ପୋର୍ଟସ୍ (JIM&WS) ଅଧୀନରେ ଚାଲିଥିବା ଆଡଭାନ୍ସଡ୍ ମାଉଣ୍ଟେନିୟରିଂ କୋର୍ସ (AMC), ବ୍ୟାଚ୍-୫୫ର ଅଂଶ ଭାବେ ଏହି ସଫଳତା ହାସଲ କରିଛନ୍ତି।ଶିଖରରେ ପହଞ୍ଚି ଆଶୀର୍ବାଦ ଭାରତର ଜାତୀୟ ପତାକା, ମା’ ସମଲେଇଙ୍କ ପତାକା ଏବଂ ସଙ୍କଳ୍ପ ପରିବାରର ପତାକା ଉଡ଼ାଇଥିଲେ। ଏହି ସଫଳତା ଓଡ଼ିଶା ଓ ବରଗଡ଼ ପାଇଁ ଏକ ଗୌରବର ମୁହୂର୍ତ୍ତ ପାଲଟିଛି।ମାଉଣ୍ଟ ମଚୋଇ-II ଏକ ଟେକ୍ନିକାଲ୍ ହାଇ-ଆଲ୍ଟିଟ୍ୟୁଡ୍ ପର୍ବତାରୋହଣ ଲକ୍ଷ୍ୟ। ହିମନଦୀ, କ୍ରେଭାସ୍, ଖଡ଼ା ବରଫ ଓ ତୁଷାର ଅଞ୍ଚଳ, ପାଣିପାଗର ଦ୍ରୁତ ପରିବର୍ତ୍ତନ ଏବଂ ଉଚ୍ଚତାଜନିତ ଚ୍ୟାଲେଞ୍ଜ ଯୋଗୁଁ ଏହା ସାଧାରଣ ଟ୍ରେକିଂଠାରୁ ଭିନ୍ନ ଏବଂ ଅଧିକ ପ୍ରାକ୍ତିକ ଦକ୍ଷତା ଆବଶ୍ୟକ କରେ।ଆଶୀର୍ବାଦ ମହାପାତ୍ରଙ୍କ ଏହି ସଫଳତା ତାଙ୍କ ମାଉଣ୍ଟେନିୟରିଂ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଯୋଡ଼ିଛି। ଏହା ଓଡ଼ିଶାର ଯୁବପିଢ଼ିଙ୍କୁ ପର୍ବତାରୋହଣ ଓ ସାହସିକ କ୍ରୀଡ଼ା ପ୍ରତି ଉତ୍ସାହିତ କରିବ।

 

ବ୍ୟୋମକେଶ କର (ସାମ୍ବାଦିକ)

Leave a Reply

Your email address will not be published. Required fields are marked *