ଶ୍ରୀକ୍ଷେତ୍ରରେ ଖଜା ଗୋଦାମ ଓ ଦୋକାନରେ ରେଡ୍
ପୁଣି ଶ୍ରୀକ୍ଷେତ୍ରରେ ଖଜା ଗୋଦାମ ଓ ଦୋକାନରେ ମିଳିତ ରେଡ୍ କରାଯାଇଛି ।ପାର୍ବଣ ଋତୁ ପୂର୍ବରୁ ଖଜାରେ ଅପମିଶ୍ରଣ ରୋକିବାକୁ ଏହି ବଡ ଧରଣର ଚଢାଉ କରାଯାଉଛି ।ପୋଲିସ,ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୌରସଂସ୍ଥା ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଛି।ଶ୍ରୀମନ୍ଦିର ନିକଟ କାକୁଡି ଖାଇ ଛକ , ବାଲି ସାହି ଅଂଚଳରେ ଥିବା ଅନେକ ଖଜା ଭାଟି ଉପରେ ରେଡ୍ କରାଯାଇଛି ।ଗତ କିଛି ଦିନ ପୂର୍ବରୁ ବଡ ଧରଣର ରେଡ୍ ରେ ପ୍ରାୟ 10 କ୍ଵିଣ୍ଟାଲ ଖଜା ଓ ଖଜା ଶିରା ଜବତ କରାଯାଇ ନଷ୍ଟ କରାଯାଇଥିଲା ।୪ ଟି ଭାଟି ସିଲ୍ ହୋଇଥିଲା ।
