October 7, 2026
Home » କଳିଙ୍ଗସେନାର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି କମିଟି ବୈଠକ

କଳିଙ୍ଗସେନାର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି କମିଟି ବୈଠକ

0
WhatsApp Image 2026-10-06 at 1.41.49 PM

ଭୁବନେଶ୍ୱର, : ଆସନ୍ତା ନଭେମ୍ୱର ୭ରେ କଳିଙ୍ଗସେନା ତାହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ବେଳେ ସେଥି ପାଇଁ ଦଳର ପ୍ରସ୍ତୁତି କମିଟି ବୈଠକ ଆଜି ଦଳ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଦଳର ପ୍ରତିଷ୍ଠା ଦିବସ ସମେତ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ସେନା ସୁପ୍ରିମୋ ହେମନ୍ତ ରଥ ।
ଶ୍ରୀ ରଥ କହିଛନ୍ତି ଯେ, ଆସନ୍ତା ନଭେମ୍ୱର ୭ତାରିଖରେ ଦଳର ପ୍ରତିଷ୍ଠା ଦିବସକୁ ପାଳନ କରାଯିବା ସହିତ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୦ଜଣଙ୍କୁ ସମ୍ୱର୍ଦ୍ଧିତ କରାଯିବା ସହିତ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ କଳିଙ୍ଗରତ୍ନ ସମ୍ମାନ ପ୍ରଦାନ କରାଯିବ । ସେହିଭଳି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦଳ ତାହାର ଶକ୍ତି ପ୍ରଦର୍ଶନ କରିବ ବୋଲି ଦଳର ଉପ ସଭାପତି ହେମନ୍ତ ସିଂହ କହିଛନ୍ତି । ସେଥିପାଇଁ ଦଳର ପ୍ରତିଟି କର୍ମୀ ପ୍ରସ୍ତୁତ ହେବା ପାଇଁ ସେ ପରାମର୍ଶ ଦେବା ସହିତ କର୍ମୀମାନଙ୍କୁ ଜନସମ୍ପର୍କ ଉପରେ ଫୋକସ ଦେବା ପାଇଁ କହିଛନ୍ତି । ସେହିଭଳି ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନରେ ଶିକ୍ଷିତ ମହିଳାମାନଙ୍କୁ ଗୁରୁତ୍ୱ ଦେବା ପାଇଁ ଶ୍ରୀ ରଥ ନିଦେ୍ର୍ଦଶ ଦେଇଛନ୍ତି । ପ୍ରସ୍ତୁତି କମିଟି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥବା ଶତାଧିକ ପ୍ରତିନିଧି ଆଗମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳକୁ ଅଧିକ ମଜବୁତ କରିବା ପାଇଁ ସୁପ୍ରିମୋଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ଉଲ୍ଲେଖନୀୟ ଯେ, କଳିଙ୍ଗସେନା ସବୁବେଳେ ଓଡିଶାର ଯୁବକ ଯୁବତୀମାନଙ୍କୁ ଅଗ୍ରାଧିକାର ଦେଇ ଆସିଛି । ନିଯୁକ୍ତି କ୍ଷେତ୍ରରେ ସେମାନଙ୍କୁ ପ୍ରାଧାନ୍ୟ ଦେବା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ କିଭଳି ବ୍ୟାଙ୍କ୍ମାନେ ଅଧିକରୁ ଅଧିକ ଋଣ ପ୍ରଦାନ କରିବେ ସେଥି ପାଇଁ ଦଳ ପକ୍ଷରୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି । ଦଳ କିଭଳି ଆଗାମୀ ଦିନରେ ଅଧିକରୁ ଅଧିକ ଭାବେ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀ ରଥ ନିଦେ୍ର୍ଦଶ ଦେଇଛନ୍ତି । ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଚୟନ କରି ସେମାନଙ୍କ ନାମ, ଶିକ୍ଷାଗତ ଯୋଗ୍ୟତା, ଯଦି ସେମାନଙ୍କ ନାମରେ ମାମଲା ଥାଏ ତେବେ ତାହାର ସମ୍ପୂର୍ଣ୍ଣ ବିବରଣୀ, ଆଗ୍ରହୀ ପ୍ରାର୍ଥୀଙ୍କର ଭୋଟରଙ୍କ ସହିତ କିଭଳି ସମ୍ପର୍କ ରହିଛି, ସାମାଜିକ କାର୍ଯ୍ୟରେ ସେମାନେ କେତେ ସକ୍ରିୟ ରହିଛନ୍ତି ତାହାର ବିବରଣୀ ସେନା ମୁଖ୍ୟାଳୟକୁ ପଠାଇବା ପାଇଁ ଜିଲ୍ଲା ସଭାପତିମାନଙ୍କୁ ସେନା ସୁପ୍ରିମୋ କହିଛନ୍ତି । ଆସନ୍ତା ଡିସେମ୍ୱର ଶେଷ ସୁଦ୍ଧା ଏହି ଚୟନ ପ୍ରକ୍ରିୟାକୁ ଶେଷ କରିବା ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ରାଜ, ଇଂ ମନୋଜ ନାୟକ ଏବଂ ଇଂ ସ୍ୱତାଶ ରଞ୍ଜନ ସାହୁ, ଅଶୋକ ସାହୁ ଏବଂ ପୂର୍ଣ୍ଣଚନ୍ଦ୍ର ସାହୁ, ମୋନାଲିଶା ବିଶ୍ୱାଳ, ଶସ୍ମିତା ପାହାଡ ସିଂଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛିା

Leave a Reply

Your email address will not be published. Required fields are marked *