October 7, 2026
Home » ନିତି ଆୟୋଗ ଉପାଧ୍ୟକ୍ଷଙ୍କ ପାରାଦୀପ ବନ୍ଦର ଗସ୍ତ

ନିତି ଆୟୋଗ ଉପାଧ୍ୟକ୍ଷଙ୍କ ପାରାଦୀପ ବନ୍ଦର ଗସ୍ତ

0
WhatsApp Image 2026-10-06 at 1.39.37 PM

ଭାରତ ସରକାରଙ୍କ ନିତି ଆୟୋଗର ଉପାଧ୍ୟକ୍ଷ ଡ. ଅଶୋକ କୁମାର ଲାହିରୀ ରବିବାର ଦିନ ପାରାଦୀପ ବନ୍ଦରକୁ ସରକାରୀ ଗସ୍ତରେ ଆସିଥିଲେ । ଭୂବନେଶ୍ୱର ବିମାନ ବନ୍ଦରଠାରେ ପାରାଦୀପ ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶ ଦାତା ଅଶୋକ କୁମାର ସାହୁ ସ୍ୱାଗତ କରିଥିଲେ । ପାରାଦୀପ ବନ୍ଦର ଗୋପବନ୍ଧୁ ଷ୍ଟାଡିୟମ୍‌ରେ ପହଂଚିବା ପରେ ପାରାଦୀପ ବନ୍ଦର ପକ୍ଷରୁ ଉପାଧ୍ୟକ୍ଷ ଟି.ଭେନୁ ଗୋପାଲ ଡ. ଲା ହିରୀଙ୍କୁ ସ୍ୱାଗତ କରିଥିଲେ । ପାରାଦୀପ ବନ୍ଦର ପୋତାଶ୍ରୟ ଅଂଚଳ ବୁଲିବା ଦେଖିବା ସହିତ ଜାହାଜ ଚଳାଚଳ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ବନ୍ଦରର ପଣ୍ୟ କାରବାର, ଆଧୁନିକ ଯାନ୍ତ୍ରୀକୀକରଣ, ବନ୍ଦର ଭିତିଭୂମି, ଯୋଗାଯୋଗ ସମ୍ପର୍କରେ ବୁଝି ଥିଲେ ।

ଭାରତୀୟ ନୌବାଣିଜ୍ୟ କ୍ଷେତ୍ରରେ ମେଗା ପୋର୍ଟ ପାରାଦୀପ ବନ୍ଦରର ଦକ୍ଷତା, ଭୂମିକା, ଅଗ୍ରଗତି ବୁଲି ଦେଖିବା ସହିତ ଉଚ୍ଚ ପ୍ରଶଂସା କରିଥିଲେ । ପାରାଦୀପ ବନ୍ଦର ଆଧୁନିକୀକରଣ କ୍ଷେତ୍ରରେ ବହୁ ଭାବେ ଅଗ୍ରଗତି କରିଛି ଏହା ପ୍ରଶଂସନୀୟ ବୋଲି ଡ. ଲାହିରୀ କହିଥିଲେ । ପ୍ରତ୍ୟହ ୧୩ ଗୋଟି ଜାହାଜ ଚଳାଚଳ କରିବା ସହିତ ୧୬.୫ ମିଟରରୁ ଅଧିକ ଗଭୀରତା ପାରାଦୀପ ବନ୍ଦରର ଅନ୍ୟତମ ସଫଳତା । ଦେଶର ବିକାଶରେ ପାରାଦୀପ ବନ୍ଦର ଭୂମିକା ଅନସ୍ୱୀକାର୍ଯ୍ୟ । ଓଡିଶା ମେରିଟାଇମ୍ ବୋର୍ଡର ସିଓଓ ସୁରେନ୍ଦ୍ର ମାଧବ ପାଢୀ, ଓଡିଶା ନିତି ଆୟୋଗ ବାଣିଜ୍ୟ ଓ ଅର୍ଥ ବିଭାଗ ନୋଡାଲ ଅଫିସର ପ୍ର. ପ୍ରଭାକର ସାହୁ ଡ. ଲାହିରୀଙ୍କ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *